ଭୁବନେଶ୍ବର: ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ । ବଜେଟ୍ ଆକାର ବଢି ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିପାରେ । କିନ୍ତୁ ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ଋଣଭାର ବି ବଢୁଛି ।
ଏହା ଭିତରେ ଏକ ସନ୍ତୁଳିତ ବଜେଟ୍ ରଖିବାକୁ ଚାହିଁବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗତ ହେବାକୁ ଥିବା ବଜେଟରେ ସମ୍ଭାବ୍ୟ ଘୋଷଣା ଓ ଆହ୍ୱାନ କଣ ରହିବ ଆସନ୍ତୁ ଦେଖିବା ।
