ଭୁବନେଶ୍ୱର: ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ମିଳିବ।

ଯାହା ପାଇଁ ୩.୧୦ କୋଟି ଟଙ୍କାରୁ ଅଧିକ ବଜେଟ୍ ଆବଶ୍ୟକ। ତଦନୁସାରେ ଓସେପା ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ପ୍ରତି ପିଲାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦାବି କରିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସ୍କୁଲ ସାମଗ୍ରୀ ଯୋଗାଇବା ।

