• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିବେଶ ପାଇଁ ଓଡ଼ିଶା ଏକ କ୍ରମବର୍ଦ୍ଧିଷ୍ଣୁ ‘ଲ୍ୟାଣ୍ଡସ୍କେପ୍‌’: ମୁଖ୍ୟମନ୍ତ୍ରୀ

by Voice of Victims
October 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିବେଶ ପାଇଁ ଓଡ଼ିଶା ଏକ କ୍ରମବର୍ଦ୍ଧିଷ୍ଣୁ ‘ଲ୍ୟାଣ୍ଡସ୍କେପ୍‌’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିସ୍ତୃତ ଭିତ୍ତିଭୂମି ଯୋଜନା, ବିଶ୍ୱସ୍ତରୀୟ ସ୍କିଲିଂ ଇକୋସିଷ୍ଟମ୍ ଓ ଷ୍ଟ୍ରାଟେଜିକ ଲୋକେସନ ଯୋଗୁଁ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ କ୍ଷେତ୍ର। କ୍ରମବର୍ଦ୍ଧିଷ୍ଣୁ ‘ଲ୍ୟାଣ୍ଡସ୍କେପ୍‌। ସେଥିପାଇଁ ଓଡ଼ିଶାକୁ ବହୁ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ ହୋଇଛନ୍ତି। ଆମେ ବି ସେଇ ଉଦ୍ୟମରେ ସଫଳ ହୋଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୁର୍ବୋଦ୍ୱୟ ସ୍ୱପ୍ନ’କୁ ଚରିତାର୍ଥ କରିବା ଉଦେଶ୍ୟରେ ଜାତୀୟ ଅଭିବୃଦ୍ଧି ରଣନୀତି ସହିତ ଓଡ଼ିଶା ସାମିଲ ହୋଇଛି ଏବଂ ଭାରତର ସାମଗ୍ରିକ ଆର୍ଥକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ନିଶ୍ଚିତ ହୋଇଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁମ୍ବାଇରେ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆୟୋଜିତ ରୋଡ୍ ସୋ’ରେ ୫୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶନିବାର କହିଛନ୍ତି ଯେ, ଆମେ ନୂଆ ଓଡ଼ିଶା ଗଠନ ପାଇଁ ପୁଞ୍ଜିନିବେଶ କରିବାକୁ ଆମେ ବିଶ୍ୱକୁ ଆମନ୍ତ୍ରଣ କରୁଛୁ। ପ୍ଲାଷ୍ଟିକ, ବସ୍ତ୍ର, ନବୀକରଣ ଯୋଗ୍ୟ ଶକ୍ତି, ପ୍ଲାଷ୍ଟିକ୍‌, ରାସାୟନିକ ପଦାର୍ଥ, ଫୁଡ୍ ପ୍ରୋସେସିଂ, ଗ୍ରୀନ୍ ଏନର୍ଜି, ଆଇଟି ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି। ଆଗାମୀ ୨୦୨୫ ଜାନୁଆରୀ ୨୮ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ପରେ ମୁମ୍ବାଇ ନିବେଶକ ସମ୍ମିଳନୀ ସଫଳ ହୋଇଛି। ଏହି ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ କୁମାର ମଙ୍ଗଲମ ବିର୍ଲାଙ୍କ ବ୍ୟତୀତ ବହୁ ନାମୀ ଦାମୀ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରାଯାଇଛି। ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ନିବେଶକଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ବିନିଯୋଗ ଲକ୍ଷ୍ୟସ୍ଥଳ ଭାବରେ ଓଡିଶା ନିଜକୁ ପ୍ରତିଷ୍ଠା କରିପାରିଛି। ଓଡ଼ିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଗଉଛି ଓଡ଼ିଶା। ଭବିଷ୍ୟତରେ ଓଡ଼ିଶା ଏକ ଶିଳ୍ପ ହବ୍‌ରେ ପରିଣତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ବିଆର୍‌ଏଫଇ-୨୦୨୨ରେ ସ୍ୱୀକୃତି ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ବ୍ୟବସାୟ ଅନୁକୂଳ ପରିବେଶ ସହ ଓଡ଼ିଶା ବିପୁଳ ସୁଯୋଗ ପ୍ରଦାନ କରିଛି। ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ସହ ‘ଗୋ-ସ୍ୱିପ୍ଟ’ ଭଳି ଜରୁରୀ ପଦକ୍ଷେପ ନିଆଯାଇଛି। ଫଳରେ ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ନିଶ୍ଚିନ୍ତ ସୁଦୃଢ଼ ମୂଳଦୁଆ ପକାଇବ। ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ବିକାଶ ସ୍ୱପ୍ନ ସଫଳ ହେବ। ଦିଲ୍ଲୀ ରୋଡ୍ ସୋ ଭଳି ମୁମ୍ବାଇ ରୋଡ୍ ସୋ’ ବି ଭାରତର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ‘ଖେଳାଳି’ ଭାବରେ ଅଭିହିତ କରିବ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ଐତିହ୍ୟ ସାଂଗକୁ ପୂର୍ବଭାରତର ଷ୍ଟ୍ରାଟେଜିକ ଲୋକେସନରେ ରାଜ୍ୟ ରହିଛି। ଫଳରେ ଓଡ଼ିଶା ଏକ ଅତ୍ୟାଧୁନିକ ଶିଳ୍ପ ହବ୍ ହେବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ସ୍ୱାଗତ ଭାଷଣ ଦେଇ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ପ୍ରକାଶ କରିଥିଲାବେଳେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଶିଳ୍ପ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ବିସ୍ତୃତ ରିପୋର୍ଟ ଉପସ୍ଥାପନା କରିଥିଲେ। ଉଲ୍ଲେଖନୀୟ ଯେ, ନୂଆଦିଲ୍ଲୀ ନିବେଶକ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ’ ଓଡ଼ିଶା ସରକାରଙ୍କ ଶହେ ଦିନରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି। ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ବଡ଼ ଲକ୍ଷ୍ୟ ରହିଛି।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In