• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକୁଛି ଓଡ଼ିଶା ମଣ୍ଡପ

by Voice of Victims
November 18, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକୁଛି ଓଡ଼ିଶା ମଣ୍ଡପ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିନ। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ଦର୍ଶକମାନେ ଏହାର କାରୁକାର୍ଯ୍ୟ ଓ କଳା କାରିଗରିକୁ ପ୍ରଶଂସା କରୁଛନ୍ତି। ଆଜି କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଦାଭେନ୍ଦ୍ର କୁମାର ଧୋଡ଼ାୱତ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ଏଠାରେ ପ୍ରଦର୍ଶିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଚିତ୍ରକୁ ଦେଖି ସେ ଖୁସି ପ୍ରକାଶ କରିଥିଲେ। ସେହିପରି ଗତ ଚାରି ଦିନ ଭିତରେ ତ୍ରିପୁରାର ଶିଳ୍ପ, ବାଣିଜ୍ୟ, ଜେଲ୍ (ଗୃହ) ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀମତୀ ସାନ୍ତାନା ଚକମା, ଅରୁଣାଚଳ ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନ୍ୟାଟୋ ଡୁକମ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ ଶ୍ରୀମତୀ ଉଜ୍ଜୟିନୀ ଦତ୍ତ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଛନ୍ତି। ଚଳିତବର୍ଷ ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଏଥିରେ ଓଡ଼ିଶାର ଅନନ୍ୟ କଳା କାରିଗରି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି କଳାକୃତି ସ୍ଥାନ ପାଇଛି। ସେହିପରି ଓଡ଼ିଶାର ସ୍ୱତନ୍ତ୍ର ହାତବୁଣା ଶାଢ଼ି ଓ ଆଧୁନିକ ପୋଷାକ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି। ବାଣିଜ୍ୟ ମେଳାରେ ଓଡ଼ିଶାର ବିଭିନ୍ନ ଗ୍ରାମୀଣ ଉତ୍ପାଦ ଏବଂ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି  ଜିନିଷର ବେଶ୍ ଚାହିଦା ରହିଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଓ କନ୍ଧମାଳ ହଳଦୀ ସହ ଓଡ଼ିଶାର ତାଳଗୁଡ଼, ନାଲି ଚୁଡ଼ା, କଳାଜିରା ଚାଉଳ ଏବଂ ବ୍ରହ୍ମପୁର ଆଚାର ଆଦି ଓଡ଼ିଶା ମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ଆକର୍ଷଣ ସାଜିଛି। ‘ଓଡ଼ିଶା ମଣ୍ଡପ’ର ଆଉ ଏକ ଆକର୍ଷଣ ହେଉଛି ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ରୁପା ତାରକସି ଓ ସବାଇ ଘାସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ସେହିପରି ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’ ଦେଶ ବିଦେଶର ଲୋକଙ୍କୁ ଆକର୍ଷିତ କରୁଛି। ଓଡ଼ିଶା ମଣ୍ଡପରେ ସ୍ୱତନ୍ତ୍ର ଫୁଡ ଜୋନ ଖୋଲାଯାଇଛି। ଓଡ଼ିଶା ରସଗୋଲା, ଦହିବରା, ଛେନାଝିଲ୍ଲି ଓ ଛନାପୋଡ଼ର ସୁଆଦ ଲୋକଙ୍କୁ ବେଶ ପସନ୍ଦ ହେଉଛି। ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମକୁ ନେଇ ପ୍ରସ୍ତୁତ ‘ଓଡ଼ିଶା ମଣ୍ଡପ’ ଡିଜାଇନରେ ସଂସ୍କୃତି ଓ ପ୍ରଯୁକ୍ତିର ଚମତ୍କାର ସମନ୍ୱୟ ରହିଛି। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହେଉଛି। ଏହାର ପ୍ରବେଶ ପଥରେ ନିର୍ମିତ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ସେହିପରି କୋଣାର୍କ ମନ୍ଦିରର ପ୍ରତିରୂପ ଓ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ପାଭିଲିୟନକୁ ଆସୁଥିବା ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In