• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାରେ ହାଇଆଲର୍ଟ: ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ

by Voice of Victims
November 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାରେ ହାଇଆଲର୍ଟ: ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଓଡିଶା । ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ନୂଆପଡା, ବ୍ରହ୍ମପୁର, ସମ୍ବଲପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ହାଇଆର୍ଲଟରେ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ ବଡ଼ ହୋଟେଲ, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ହାଇ ଆର୍ଲଟ ଜାରି ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଯାଂଚ କରି ଛଡାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଡିଜିପି ୱାବି ଖୁରାନିଆ । ବାଲିଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିବାରୁ ସେଠାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଡିଜିପି ।

ପୁରୀରେ ବି ହାଇଆଲର୍ଟ ଜାରି ହୋଇଛି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ସୁରକ୍ଷାକୁ ବଢାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବୋମା ବିସ୍ପୋରଣ ପରେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଲୱେ ଷ୍ଟେସନ ନିକଟରେ ସୁରକ୍ଷା କଡାକଡି । ରେଲ ସୁରକ୍ଷା କର୍ମୀଙ୍କ ଦ୍ବାରା ଜୋରଦାର ଚେକିଂ କରିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସୁରକ୍ଷାକୁ ନଜରରେ ରଖି ଯାତ୍ରୀମାନଙ୍କ ଆସବାପତ୍ର ଯାଞ୍ଚ  କରାଯାଇ ଭିତରକୁ ଛଡାଯାଉଛି ।

ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରୋଡ ବ୍ଲକ କରି ଗୋଟି ଗୋଟି କରି ଗାଡ଼ି ଯାଞ୍ଚ କରିଛି ପୁଲିସ । ଗତ କାଲି ବିଳମ୍ବିତ ରାତି ଯାଏ ଭୁବନେଶ୍ଵରର ବିଭିନ୍ନ ଛକ,  ଷ୍ଟେସନ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୁଲିସ ତନ ତନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ ରେଲୱେ ଷ୍ଟେସନରେ ଡଗ୍ ସ୍କ୍ୱାର୍ଡ ଦ୍ଵାରା ଟ୍ରେନ୍ ଭିତର ଯାଞ୍ଚ କରିଥିଲା ପୁଲିସ ।

Post Views: 78
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In