• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ, ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

by Voice of Victims
December 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ, ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ବର: ଗ୍ରୀଡକୋ ଏବଂ ଆଇଫରେଷ୍ଟ (I-FOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ l ଏହି ନିବେଶକ ସମ୍ମିଳନୀରେ ୧୫୦ ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ l ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସମ୍ମିଳନୀରେ ସ୍ବାଗତ ଅଭିଭାଷଣ ଦେଇ କହିଥିଲେ ଯେ, ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗେଇ ଚାଲିଛି l ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଵଚ୍ଛ ଓ ସୁଲଭ ଉପାୟରେ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି l ଏହା ପରିବେଶ ଓ ଜଳବାୟୁ ପ୍ରତି ଥିବା ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ମୋଟ ୨୯୩୮ ମେଗା ୱାଟର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌର ଶକ୍ତିରୁ ରହିଛି l ଏଥିରେ ୫୦୮ ମେଗା ୱାଟ ଗ୍ରାଉଣ୍ଡ- ମାଉଣ୍ଟେଡ, ୫୮ ମେଗା ୱାଟ ରୁଫଟପ୍ ଏବଂ ୪୨ ମେଗା ୱାଟ କ୍ଷମତା ବିଶିଷ୍ଟ ଅଫ୍ ଗ୍ରୀଡ ସୌର ଶକ୍ତି ଅନ୍ତର୍ଭୁକ୍ତ। ୧୩୪୩ ମେଗା ୱାଟ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି। ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା,ଓ ଢେଙ୍କାନାଳ ପ୍ରମୁଖ ରହିଛି। ଆଜିର ସମ୍ମିଳନୀ ୨୦୨୫ ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ପୂର୍ବ ଅଧ୍ୟାୟ ଅଟେ l ବର୍ତ୍ତମାନ ରାଜ୍ୟରେ ୨୦୦ ଗିଗା ୱାଟର ସମ୍ଭାବନା ରହିଥିବାବେଳେ ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆହୁରି ଅଭିବୃଦ୍ଧି ଘଟିବ ବୋଲି ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା କହିଛନ୍ତି। ଏକ ସବୁଜ ଅର୍ଥନୀତି ଗଠନ ସକାଶେ ସବୁଜ ପରିବେଶର ଆବଶ୍ୟକ ଏବଂ ସ୍ବଚ୍ଛ ଶକ୍ତି ହେଉଛି ଏହାର ପ୍ରମୁଖ ସ୍ରୋତ। ବର୍ତ୍ତମାନଠାରୁ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଚାହିଦା ବୃଦ୍ଧି ହେବ ବୋଲି ଆଇଫରେଷ୍ଟର ସିଇଓ ଏବଂ ସଭାପତି ଡ଼ ଚନ୍ଦ୍ରଭୂଷଣ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଓଡ଼ିଶାକୁ ଅକ୍ଷୟ ଶକ୍ତିର ଭଣ୍ଡାର କରିବା ଦିଗରେ ଏହି ସମ୍ମିଳନୀ ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବ ଏବଂ ପୁଞ୍ଜିବିନିଯୋଗକୁ ପ୍ରୋତ୍ସାହିତ କରିବ।

Post Views: 83
Tags: Odisha Solar Investors Summit
Share203Tweet127Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In