• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

by Voice of Victims
January 9, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ଏହି ୮ଟି ପ୍ରକଳ୍ପ ହେଉଛି — ଗୁଣୁପୁର – ଥେରୁବାଲି ନୂଆ ଲାଇନ, ଜୁନାଗଡ଼ – ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ – କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ – ଗୋରୁମହିଷାଣୀ ନୂଆ ଲାଇନ, ବୁରାମର – ଚକୁଳିଆ ନୂଆ ଲାଇନ, ସରଡେଗା – ଭାଲୁମୁଣ୍ଡା ନୂଆ ଡବଲ ଲାଇନ ଏବଂ ବରଗଡ ରୋଡ – ନୂଆପଡ଼ା ରୋଡ ନୂଆ ଲାଇନ। ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ। ସୂଚନାଯୋଗ୍ୟ ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଓଡିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହା କି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ। ଏହି ଅବଧି ମଧ୍ୟରେ ୪୨୭ଟି ରେଳ Under-Bridge ମଧ୍ୟ ନିର୍ମାଣ କରାଯାଇଛି। ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ୍ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଏକ ମେଗା ଆଇ.ଟି ହବ୍ ରେ ପରିଣତ କରାଯିବ। ଏଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି। ସେ କହିଥିଲେ ଯେ ଓଡିଶାରେ ଆଇ.ଟି ଷ୍ଟାର୍ଟ ଅପ୍‌ର ବିକାଶ ପାଇଁ ଚାରି ଟି ବୈଷୟିକ ଅନୁଷ୍ଠାନରେ ‘Chip to Startup’ କାର୍ଯ୍ୟକ୍ରମ କରଯାଉଛି । ଏହି ଅନୁଷ୍ଠାନ ଗୁଡିକ ହେଉଛି- IIT Bhubaneswar, NIT Rourkela, IIIT Bhubaneswar ଓ Parala Maharaj Engineering College Berhampur. ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାରେ ଆଇ.ଟି ଶିଳ୍ପର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ଆଇ.ଟି କମ୍ପାନୀ ପୁଞ୍ଜି ବିନିଯୋଗ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ। ଏହା ସହିତ ଓଡ଼ିଶାରୁ କିପରି ଅଧିକ ଲୋକ ମହା କୁମ୍ଭ ମେଳା – ୨୦୨୫ ଦେଖିବାକୁ ଯାଇପାରିବେ, ତାହା ସୁନିଶ୍ଚିତ କରିବା ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଓଡିଶାରେ ଏକ ବିଶ୍ୱସ୍ତରୀୟ ଆଇ.ଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ବିଚାରାଧିନ ଅଛି ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଥିଲେ। ଏଥିପାଇଁ ଜମି ସହିତ ଅନ୍ୟାନ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ଓଡିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ର୍ରୀ ପ୍ରତିଶ୍ରୁତି ଦେଇଥିଲେ।

Post Views: 49
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In