ଭୁବନେଶ୍ୱର : ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଆଜିଠୁ ସୃଷ୍ଟି ହୋଇପାରେ ପେଟ୍ରୋଲ ସଂକଟ । ପେଟ୍ରୋଲ ଟ୍ୟାଙ୍କର ପହଞ୍ଚି ପାରୁନି । ଆଜି ଅନେକ ଟାଙ୍କିରେ ପେଟ୍ରୋଲ ଡିଜେଲ ଖାଲି ହୋଇଯିବା ଆଶଂକା ରହିଛି । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ ହୋଇଗଲାଣି । ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପେଟ୍ରୋଲ ସରିଯିବା ଆଶଂକାରେ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଥିଲା । ବ୍ରହ୍ମପୁରରେ ମଧ୍ୟ ବ୍ରହ୍ମପୁରରେ ମଧ୍ୟ ପେଟ୍ରୋଲ ଟଙ୍କିରେ ଲମ୍ବା ଧାଡ଼ି ଲାଗିଥିଲା । କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ପେଟ୍ରୋଲ ଟ୍ୟାଙ୍କର ନପହଞ୍ଚିଲେ, ଆଜିଠୁ ସଂକଟ ସୃଷ୍ଟି ହେବ ବୋଲି ଆଶଂକା ପ୍ରକାଶ କରିଥିଲେ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋ ସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

ଅନ୍ୟପଟେ ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି । ଚାଲୁନି ଗାଡ଼ିମୋଟର। ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି। ସ୍ଥିତି ଜଟିଳ ହେଲାଣି । ଆଜି ତୃତୀୟ ଦିନ ପାଇଁ ଆନ୍ଦୋଳନ ଚାଲିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।
