ବାଲେଶ୍ଵର , ୨୭/୫ ( ଭିଓଭି): ବଲାଙ୍ଗୀର ଜିଲ୍ଲାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଘଟଣା ରେ ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଦୃଢ଼ ନିନ୍ଦା କରାଯାଇଛି।। ଏହି ବର୍ବରୋଚିତ କାର୍ଯ୍ୟକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ମାନେ ମାଡ଼ ମାରିବା ବେଳର ଫଟୋ ଓ ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ସଂପୃକ୍ତ ସାମ୍ବାଦିକଙ୍କୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାହାକୁ ରାଜ୍ୟ ବ୍ୟାପୀ ନିନ୍ଦା କରାଯାଇଛି।ଏହି ଘଟଣା ପୁଣିଥରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।କର୍ତ୍ତବ୍ୟରତ ସାମ୍ବାଦିକ ମାନେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।
ଗତକାଲି ଅପରାହ୍ନ ରେ ଓୟୁଜେ ବାଲେଶ୍ଵର ଜିଲ୍ଲା ଶାଖା ର ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ ୟୁନିଅନର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ,ବରିଷ୍ଟ ସଦସ୍ୟ ପ୍ରସଂଜିତ୍ ଆଶ,ଅଜିତ କୁମାର ମହାନ୍ତି, ଲକ୍ଷ୍ମୀଧର ଗାଣ, ଅଜୀମ ବାଲେଶ୍ଵରୀ,ହାଇଦର ଖାନ,ସମରେଶ ମଣ୍ଡଳ,ସୋମନାଥ ସାହୁ ପ୍ରମୁଖ ସଦର ବିଧାୟକ ମାନସ କୁମାର ଦତ୍ତ ଙ୍କୁ ଭେଟି ବଲାଙ୍ଗୀର ଜିଲ୍ଲାର ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଧାୟକ ଶ୍ରୀ ଦତ୍ତ ଙ୍କୁ ପ୍ରଦାନ କରାଯାଇଥିଲା। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁବିଧାୟକ ଶ୍ରୀ ଦତ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ବୁଧବାର ଓୟୁଜେ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବାର ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି ।
