• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆରପାରିରେ ବରେଣ୍ୟ ସାହିତ୍ୟିକ ହରିହର ମିଶ୍ର

by Voice of Victims
September 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆରପାରିରେ ବରେଣ୍ୟ ସାହିତ୍ୟିକ ହରିହର ମିଶ୍ର

ଭୁବନେଶ୍ୱର : ଓଡ଼ିଶାର ବରେଣ୍ୟ ସାହିତ୍ୟିକ, କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ହରିହର ମିଶ୍ର ଆଉ ଇହଜଗତରେ ନାହାନ୍ତି। ସେ ଦୀର୍ଘ ଦିନ ଧରି କିଡ୍‌ନି ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ପାଞ୍ଚ ଦିନ ପୂର୍ବରୁ ତାଙ୍କୁ ପୁରୀ ବାସଭବନକୁ ନିଆଯାଇଥିଲା। ସେଠାରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ହରିହର ମିଶ୍ର ଥିଲେ ବହୁବିଧ ପ୍ରତିଭାର ଅଧିକାରୀ। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ଅଜସ୍ର। ବହୁ କାଳଜୟୀ ସୃଷ୍ଟି ସେ କରି ଯାଇଇଛନ୍ତି। ‘ଚାହାଣି ମଣ୍ଡପ’, ‘ପଞ୍ଚମ ଦୁଆର’, ‘ଶୟନ ପ୍ରତିମା’ ଭଳି ୩୨ଟି କବିତା ସଂକଳନ, ‘କାଗଜଡଙ୍ଗା’, ନିନ୍ଦିତ ଗଜପତି, ରାତିର ଦୁଇଟି ଡେଣା ଭଳି ୨୨ଟି ନାଟକ, ‘ବନହରିଣୀ’ ଭଳି ୪ଟି ଉପନ୍ୟାସ, ‘ଇଛାର ସାମ୍ରାଜ୍ୟ’ ଭଳି ୫ଟି ଗଳ୍ପ ସଂକଳନ, ବେଳାଭୂମି ଓ ନୀଳ ଉପତ୍ୟକା ଭଳି ଅନେକ ଗୀତିକବିତାର ସେଥିଲେ ସ୍ରଷ୍ଟା। ସେ ମଧ୍ୟ କିଛି ସୁପରହିଟ୍ ଓଡ଼ିଆ ଚଳଚିତ୍ରରେ ସଂଳାପ ଲେଖିବା ସହ ଅଭିନୟ ଓ ଗୀତ ରଚନା କରିଥିଲେ। ‘ଚିଲିକା ତୀରେ’ ଚଳଚ୍ଚିତ୍ରରେ ସ୍ୱର୍ଗତ ମିଶ୍ର ସହ ନିର୍ଦ୍ଦେଶନା ଦେବା ସହିତ ଚଳଚ୍ଚିତ୍ର ‘ତପସ୍ୟା’ ଚଳଚିତ୍ରରେ ‘ଢାଳି ଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା’ ଭଳି ହୃଦୟକୁ ଛୁଇଁଥିବା ଗୀତ ରଚନା କରିଥିଲେ। ବିଶ୍ୱନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ତପସ୍ୟା (୧୯୮୦) ଛବିରେ ପ୍ରଫୁଲ୍ଲ କର ଥିଲେ ଏହାର ସ୍ୱରକାର। ଏଥିରେ ଚିତ୍ତ ଜେନା ଓ ବାଣୀ ଜୟରାମ କଣ୍ଠଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରହିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର, ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ଭଳି ୫୦୦ରୁ ଉର୍ଦ୍ଧ୍ୱ ସମ୍ମାନ ସେ ପାଇଥିଲେ। ସ୍ୱର୍ଗତ ହରିହରଙ୍କ ଦେହାନ୍ତ ଖବର ପ୍ରଚାର ହେବାପରେ ପୁରୀ ସମେତ ସାରା ରାଜ୍ୟରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମୃତ୍ୟୁରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଂପାଦକ ବିଜୟାନନ୍ଦ ସିଂହ, ଓଡ଼ିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ସୁବୋଧ ଆଚାର୍ଯ୍ୟ ଓ ସହ ସଚିବ ସଂଜୟ ଛୁଆଳସିଂହ ପ୍ରମୁଖ ଶୋକ ବ୍ୟକ୍ତ କରିଥିବା ବେଳେ, ସ୍ୱର୍ଗଦ୍ୱାର ଠାରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଗୀତିକାର ତଥା ସଦସ୍ୟ ଡକ୍ଟର ବଦ୍ରି ମିଶ୍ର, ସାହିତ୍ୟ ଏକାଡେମୀ ପକ୍ଷରୁ ସହ ସଚିବ ସଂଜୟ ଛୁଆଳସିଂହ, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଶବାଧାର ରେ ମାଲ୍ୟାର୍ପଣ କରିଥିଲେ। ଏକ ଭବ୍ୟ ଶବ ଶୋଭାଯାତ୍ରାରେ ତାଙ୍କୁ ସିଂହଦ୍ୱାର ଦେଇ ସ୍ୱର୍ଗଦ୍ୱାର ନିଆ ଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମୁଦ୍ରକୂଳ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ନେତୃତ୍ୱରେ ସ୍ୱର୍ଗତ ମିଶ୍ରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏକମାତ୍ର ପୁତ୍ର ସଂଗୀତ ନିର୍ଦ୍ଦେଶକ ରୂପକଳ୍ପ ମିଶ୍ର ମୁଖାଗ୍ନୀ ଦେଇଥିଲେ। ତିନିକନ୍ୟା ରୀତିମୁକ୍ତା ରାଜଗୁରୁ, ମୋନାଲିସା ମିଶ୍ର ଓ ବର୍ଣ୍ଣମାଳା ଦାଶ, ଝିଆରୀ ସଂଘମିତ୍ରା ଦାଶ, ଅଧିବକ୍ତା ଚିନ୍ମୟ ଦାଶ, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟ, କବି ଭଗବାନ ଜୟସିଂହ, ପ୍ରତିମା ମିଶ୍ର, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ୟାମାପ୍ରକାଶ ସେନାପତି, ଅଜୟ ପ୍ରଧାନ, ଶିବ ସୁନ୍ଦର ମିଶ୍ର, ବୀରେନ୍ଦ୍ର ମହାନ୍ତି, ଚାରୁବାଳା ଦାଶ, କାମଦେବ ମହାରଣା, ଶ୍ରୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରଥ, ରବୀନ୍ଦ୍ର ନାଥ ପଟ୍ଟନାୟକ, ଚକ୍ରଧର ମହାପାତ୍ର, ସଦାଶିବ ମିଶ୍ର, ରବି ତ୍ରିପାଠୀ, ପ୍ରଦୀପ୍ତ ପ୍ରଧାନ, ବିକ୍ରମ ସାହୁ, ସଂଗ୍ରାମ ଦାଶ, ପ୍ରାଣକୃଷ୍ଣ ମହାପାତ୍ର, ସ୍ୱାଧୀନ ପଣ୍ଡା, ସତ୍ୟ ନାରାୟଣ ମିଶ୍ର, ବିଜୟ ପଣ୍ଡା, ସତ୍ୟ ନାରାୟଣ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 53
Tags: On the other hand
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In