• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ଵିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫”, ଦର୍ଶକଙ୍କ ମନ ମୋହିଲା ପୁରୁଲିଆ ପାଇକ ଆଖଡ଼ା ଓ ନାଗା ମେଢ଼

by Voice of Victims
January 6, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦ୍ଵିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫”, ଦର୍ଶକଙ୍କ ମନ ମୋହିଲା ପୁରୁଲିଆ ପାଇକ ଆଖଡ଼ା ଓ ନାଗା ମେଢ଼

ରଣପୁର (ଭିଓଭି) : ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୫ ତାରିଖ ରବିବାରଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଓଡିଶାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବୀର ଓ ବୀରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଦ୍ଵିତୀୟ ଦିବସ ଅପରାହ୍ନ ୩ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ମୁକ୍ତ ମଞ୍ଚରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କୁଇଜ କାର୍ଯ୍ୟକ୍ରମକୁ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରଭାତ କୁମାର ପଣ୍ଡା, ଚିତ୍ତରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ ଓ ଆଇନୀଜୀବୀ ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିଲେ ।

ଏହା ପରେ ବିଭିନ୍ନ ବିଦ୍ୟାଳୟ ତଥା ଅନୁଷ୍ଠାନରୁ ଆସିଥିବା କୁନି କୁନି କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୁରୀରୁ ଆସିଥିବା ଓଡିଶା ସରକାରଙ୍କ ନୃସିଂହ କଳା ପରିଷଦର ସାଂସ୍କୃତିକ ନାଗା ମେଢ଼ ନୃତ୍ୟ ବେଶ ଚିତାକର୍ଷକ ହୋଇଥିଲା । ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ଶହୀଦ ରଘୁ-ଦିବାକରଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି କହିଥିଲେ | ନୟାଗଡ ବିଧାୟକ ଶ୍ରୀ ସାହୁ କହିଥିଲେ ଯେ ସଂସ୍କୃତି, ପରମ୍ପରା, ଶହୀଦ ମାନଙ୍କୁ ସ୍ମରଣ କରିବାର ମଞ୍ଚ ହେଉଛି ମହୋତ୍ସବ ମଞ୍ଚ। ଏହା ପରେ ଦ୍ଵିତୀୟ ସନ୍ଧ୍ୟାର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାକାର୍ଯ୍ୟରେ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ନୟାଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ, ରଣପୁର ବିଡ଼ିଓ ସୁଧୀର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ | ଓଡ଼ିଶାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।

ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ର ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏଥିରେ ସମଗ୍ର ଶିକ୍ଷା ଅଭିଯାନର ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଏକ ଷ୍ଟଲ କରାଯାଇ ଜନସାଧାରଣଙ୍କୁ ଶିକ୍ଷାର ଗୁରୁତ୍ୱ ଓ ଶିକ୍ଷାରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ସମ୍ବନ୍ଧରେ ଅବଗତ କରାଯାଉଛି । ରଣପୁର ବିଜ୍ଞାପିତ ପରିଷଦ ଓ ପଞ୍ଚାୟତ ସମିତି ରଣପୁର ପକ୍ଷରୁ ଷ୍ଟଲ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ସହିତ ବିଭିନ୍ନ ଖେଳନା ଦୋକାନ, ଖାଦ୍ୟ ଦୋକାନ, ମୀନାବଜାର ଓ ଦୋଳି ବଜାରରେ ଲୋକମାନଙ୍କ ବହୁ ସଂଖ୍ୟାରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ମହାେତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ଖୋର୍ଦ୍ଧା ପାଇକ ଆଖଡ଼ା , ସମ୍ବଲପୁରୀ ନୃତ୍ୟ, ପାଲ୍ଲା, ଆସାମର ବିହୁ, ପୁରୁଲିଆ ଛଉ ନୃତ୍ୟ, ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା। ୧୯୩୯ ମସିହାରେ ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ । ପରେ ଉତ୍ତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ | ଏହା ପରେ ବିହାରର ଭାଗଲପୁର ଜେଲରେ ରଘୁଦିବାକରଙ୍କ ଫାଶି ଦିଆ ଯାଇଥିଲା । ଏହି ଶହୀଦ ମାଟିରେ ବୀରମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ହୋଇଆସୁଛି ।

Post Views: 66
Tags: On the second evening of the Ranpur Festival "Arjun-2025"
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In