• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଦିନିଆ ବର୍ଷା ବ୍ୟାପକ ଫସଲ ହାନି: ଚାଷ ଜମିକୁ ଯାଇ ସ୍ଥିତି ପରଖିଲେ ବାଚସ୍ପତି ସୁରମା ପାଢୀ

by Voice of Victims
December 24, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ଅଦିନିଆ ବର୍ଷା ବ୍ୟାପକ ଫସଲ ହାନି: ଚାଷ ଜମିକୁ ଯାଇ ସ୍ଥିତି ପରଖିଲେ ବାଚସ୍ପତି ସୁରମା ପାଢୀ

ରଣପୁର (ଭିଓଭି) : ୨ ଦିନ ଧରି ରଣପୁର ଅଚଂଳରେ ଲାଗି ରହିଛି ଅଦିନିଆ ବର୍ଷା। ଯାହାଫଳରେ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ୬ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଯେଉଁ ପରିଶ୍ରମ କରିଥିଲା ତାହା ଏବେ ବୃଥା ଯାଇଥିବା ଜଣାଯାଇଛି। ଏହି ଲଗାଣ ବର୍ଷାରେ ରଣପୁର ଅଚଂଳରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବା ବେଳେ ସୋମବାର ଦିନ ରଣପୁର ବିଧାୟିକା ତଥା ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଚାଷ ଜମିକୁ ଯାଇ କୃଷକଙ୍କର ସମସ୍ୟା ବୁଝିବା ସହ ସ୍ଥିତି ପରକ୍ଷି ଥିବା ଦେଖାଦେଇଛି।
ଚଳିତ ବର୍ଷ ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକୁଳ ପାଗ ଯୋଗୁ ରଣପୁର ଅଚଂଳରେ ଭଲ ଚାଷ ହୋଇଥିଲା। ସେହିଭଳି ଧାନ ଗଛରେ ରୋଗ ପୋକ ନ ଲାଗିବା ସାଙ୍ଗ କୁ ଫସଲ ଭଲ ହୋଇଥିଲା। କେବଳ ଗତ ମାସରେ ବାତ୍ୟା ପବନରେ କିଛି ଧାନ ବିଲରେ ପଡି ଯାଇଥିବା ବେଳେ ଧାନ ଫସଲର ସେଭଳି କ୍ଷତି ହୋଇ ନ ଥିଲା। ଲୋକ ମାନେ ଧାନ କାଟିବାରେ ବ୍ୟସ୍ତ ରହିଥିଲେ। ଯେହେତୁ ବାତ୍ୟା ପବନରେ ଅନେକ ଧାନ ଗଛ ଶୋଇ ଯାଇଥିଲା। ସେଥିପାଇଁ ଚାଷୀ ମାନେ ମେସିନ ସାହାଯ୍ୟରେ ଧାନ କାଟି ପାରି ନ ଥିଲେ। ଏକା କାଳୀନ ସମସ୍ତ ଚାଷୀ ଧାନ କାଟିବାରେ ବ୍ୟସ୍ତ ରହିବାରୁ ଲୋକଙ୍କ ସମସ୍ୟା ଲାଗି ରହିଲା। ଏକକାଳୀନ ସମସ୍ତ ଚାଷୀ ଧାନ କାଟୁ ଥିବାରୁ ଧାନ କଟାଳି ଠିକ ଭାବରେ ମିଳି ପାରିଲେ ନାହିଁ। ଯାହା ଫଳରେ ଚାଷୀ ମାନେ ଧାନ କାଟିବାରେ ବିଳମ୍ବ ହେଲା। ଧାନ ରଖିବା ପାଇଁ ସୁବିଧା ନ ଥିବାରୁ ଅନେକ ଚାଷୀ ଧାନ କାଟି ବିଲରେ ପକାଇଲେ। ଏବେ ଅମଳ ସମୟରେ ତିନ ଦିନ ଧରି କୋହଲା ପାଗ ରହିଥିବା ବେଳେ ଶୁକ୍ରବାର ଓ ଶନିବାର ଦିନ ତମାମ ଲଗାଣ ବର୍ଷା ଲାଗିରହିଲା। ଏହି ଲଗାଣ ବର୍ଷାରେ ରଣପୁରରେ ସବାଧିକ ୧୦୮ ମିଲିମିଟର ବାର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ରେକର୍ଡ କରିଥିଲା। ଏହି ଲଗାଣ ବର୍ଷାରେ ରଣପୁର ଅଚଂଳରେ ବିଲରେ ଗଦା କରିଥିବା ସମସ୍‌ତ ଚାଷୀ ଙ୍କ ଧାନରେ ପାଣି ପସିଯାଇଥିବା ବେଳେ ଯେଉଁମାନେ ଧାନ କାଟିନାହାନ୍ତି ସେମାନଙ୍କ ଧାନ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ଆଜି ବାଚସ୍ପତି ସୁରମା ପାଢୀ କାଣ୍ଡପଡା ପଚାଂୟତର ବିଭିନ୍ନ ଅଚଂଳ ବୁଲି ସ୍ଥିତି ପରକ୍ଷିଥିଲେ। ତହସିଲଦାର ଓ ଆର.ଆଇ. ଟ ସହିତ ଆଲୋଚନା କରି ସରକାର୮୍‌କୁ ଏ ବିଷୟରେ ଅବଗତ କରିବା ସହିତ ଚାଷୀମାନଙ୍କର ସୁବିଧା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ମତଗଜସିଂ,ଗଣେଶ୍ୱର ମାନ୍ଧାତା,ଅଭିଷେକ ସାମନ୍ତରାୟ, ପ୍ରଫ୍ଲୁଲ କୁମାର ମହାପାତ୍ର,ଭାସ୍ଖର ନାୟକ,ସୁରେନ୍ଦ୍ର ଦଳବେହେରା ପ୍ରମୁଖ ଯାଇ ବିଲରେ ସ୍ଥିତି ପରକ୍ଷିଥିଲେ। ଚାଷୀ ମାନଙ୍କୁ ଶିଘ୍ର କ୍ଷତି ପୁରଣି ଦେବାକୁ ବାଚସ୍ପତି ଙ୍କ ଠାରେ ଦାବି କରିଥିଲେ। ଯେଉଁ କିଛି ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରୀ କରିବାର ଆଶା ନେଇ ଅମଳ କରିବାରେ ବିଳମ୍ବ କରି ଆସୁଥିଲେ ସେମାନଙ୍କ ପାଇଁ ଅଦିନିଆ ବର୍ଷା କାଳ ସଦୃଶ ଦାଉ ସାଧିଲା ଭଳି ପରିସ୍ଥିତି ସୃଷ୍ଟି କରିଛି। ଅପରପକ୍ଷରେ ଏହି ଅଦିନିଆ ବର୍ଷା ଚାଷୀ ଙ୍କ ପାଇଁ କାଳସଦୁଶ ହୋଇଥିବା ବେଳେ ମିଲର ଓ ସମବାୟ କର୍ମଚାରୀ ଙ୍କ ପାଇଁ ପୁଷମାସ ସଦୁର୍ଶ ହୋଇଛି। ଏହି ଅଦିନିଆ ବର୍ଷାରେ ରଣପୁର, କାଣ୍ଡପଡା, ନରସିଂହପୁର, ବ୍ରଜରାଜପୁର, ଗୋପାଳପୁର, ଚାନ୍ଦପୁର ସମେତ ସମସ୍ତ ରଣପୁର ବ୍ଲକ ଅଚଂଳର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସରକାର ତୁରନ୍ତ ଚାଷୀ ମାନଙ୍କର ସମସ୍ୟା କୁ ସମାଧାନ କରିବା ସହ ଧାନ ମଣ୍ଡି ଖୋଲିବା ପାଇଁ ଦାବୀ ହଉଛି।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In