• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଧାର-ମୋବାଇଲ୍‌ ଲିଙ୍କ ହୋଇନଥିଲେ ମଧ୍ୟ ଅନ୍‌ଲାଇନ ପଂଜୀକରଣ କରିହେବ: ଉପମୁଖ୍ୟମନ୍ତ୍ରୀ

by Voice of Victims
September 6, 2024
in ମୁଖ୍ୟ ଖବର, ରାଜ୍ୟ
ଆଧାର-ମୋବାଇଲ୍‌ ଲିଙ୍କ ହୋଇନଥିଲେ ମଧ୍ୟ ଅନ୍‌ଲାଇନ ପଂଜୀକରଣ କରିହେବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସୁଭଦ୍ରା ଯୋଜନାରେ ପଂଜୀକରଣ ନିମନ୍ତେ ଫର୍ମ ସଂଗ୍ରହ ପାଇଁ ଆସିଥିବା ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଫର୍ମ ବିତରଣ ସଂପର୍କିତ ରେଜିଷ୍ଟର ଯାଞ୍ଚ କରିଥିଲେ। ଏହି କେନ୍ଦ୍ରରୁ ଫର୍ମ ନେଇଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ଫର୍ମ ପୂରଣ କରିଥିବା ଜାଣି ଉପମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଆଲୋଚନା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମଗ୍ର ରାଜ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି ସେଥି ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ସନ୍ଦେହମୋଚନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର-୧୪୬୭୮ ଜାରି କରାଯାଇଛି। ଏହା ସତ୍ତେ୍ୱ ଆଧାର-ମୋବାଇଲ୍‌ ସଂଯୋଗୀକରଣ ଏବଂ ଫର୍ମ ଦାଖଲର ଶେଷ ତାରିଖ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାର ଲକ୍ଷ୍ୟ କରାଯାଇଛି। ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ କରାଯାଉଛି। ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟି୍ରକ୍‌ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ। ଏଣୁ ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ ଓ ପଂଜୀକରଣ କରାଯାଇପାରିବ। ପଂଜୀକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତବିବ୍ରତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତ ମାସ ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସେପେଫମ୍ବର ୪ (ବୁଧବାର)ଠାରୁ ଅନ୍‌ଲାଇନ୍‌ରେ ଫର୍ମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦୁଇଘଣ୍ଟାରେ ୮୦ ହଜାରରୁ ଊଦ୍ଧ୍ୱର୍ ଫର୍ମ ପଂଜୀକୃତ ହୋଇଛି ଏବଂ ଏହି ଫର୍ମ ପଂଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରିବା ନିମନ୍ତେ କ୍ଷେତ୍ର ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Post Views: 44
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In