• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ଅନ୍‌ଲାଇନ୍ ଟ୍ରେଡିଂ କାଳ ହେଲା: ସାଇବର ଅପରାଧୀ ଲୁଟିନେଲେ ୮୮ଲକ୍ଷ

by Voice of Victims
September 28, 2024
in ଆଇନ କାନୁନ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅନ୍‌ଲାଇନ୍ ଟ୍ରେଡିଂ କାଳ ହେଲା: ସାଇବର ଅପରାଧୀ ଲୁଟିନେଲେ ୮୮ଲକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ସାଇବର ଥାନା ପୁଲିସକୁ ମିଳିଛି ଏକ ବଡସଫଳତା। ୮୮ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ପୁଲିସ ରାଜସ୍ଥାନର ଚୁରୁ ଜିଲ୍ଲା ଅଞ୍ଚଳରୁ ୨ ଜଣ ଲୁଟେରାକଙ୍କୁ ଠାବ କରିବା ସହ ସେମାନଙ୍କୁ ଗିରଫ କରିଛି। ଏଥିସହିତ ଲୁଟେରାର ବ୍ୟାଙ୍କ ଅକାଉଣ୍ଟକୁ ଫ୍ରିଜ୍ କରିଛି ସାଇବର ଥାନା ପୁଲିସ। ଲୁଟେରା ଦ୍ୱୟ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ରତନନଗର ଅଞ୍ଚଳର ନବୀନ କୁମାର ଜଙ୍ଗୀର(୨୨) ଏବଂ ମୁକେଶ କୁମାର ଶୀଲା (୨୬)। ନବୀନ ବିଏ ପଢୁଥିଲା ବେଳେ ମୁକେଶ କଳାରେ ଯୁକ୍ତଦୁଇ ପାଶ୍ କରିଛି। ଗତ ଅଗଷ୍ଟମାସ ୧୭ ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ଅଞ୍ଚଳର କସ୍‌ମୋପଲିସରେ ରହୁଥିବା ଜୈନେକ ବ୍ୟକ୍ତି ଅନ୍‌ଲାଇନ୍ ଟ୍ରେଡିଂରେ କମ୍ ସମୟ ମଧ୍ୟରେ ଆଶାତୀତ ଲାଭ ପାଇବା ଲୋଭ ଯୋଗୁ ସାଇବର ଠକେଇର ଶିକାର ହୋଇଥିଲେ। ସାଇବର ଲୁଟେରାମାନେ ତାଙ୍କଠାରୁ ୮୭,୮୩,୬୧୩ ଟଙ୍କା ଲୁଟି ନେଇଥିବା ନେଇ ସେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଏଭଳି ଏକ ବଡଧରଣର ସାଇବର ଲୁଟ୍ ଘଟଣାକୁ ଗୁରୁତର ସହ ଗ୍ରହଣ କରିଥିଲା ପୁଲିସ। ଫଳରେ ବିଭିନ୍ନ ସୂତ୍ରକୁ ଆଧାର କରି ତନାଘନା ଆରମ୍ଭ କରାଯାଇଥିଲା। ତେବେ କେଉଁଠାରୁ କିଭଳି ଏହି ଲୁଟ୍ ହୋଇଛି ସେ ସଂକ୍ରାନ୍ତରେ ସୁରାକ୍ ହାସଲ କରି ପୁଲିସ ଜାଣିଥିଲା ଯେ ଲୁଟେରା ରାଜସ୍ଥାନରେ ହିଁ ଛପିଛି। ଏଣୁ ଏସିପି ଅଞ୍ଜନା ଟୁଡୁ ଓ ଏସ୍‌ଆଇ ପ୍ରତାପ କୁମାର ଦାସ ଏହି ମାମଲାର ତଦନ୍ତ କରୁଥିଲା ବେଳେ ରାଜସ୍ଥାନ ପୁଲିସ ସହିତ ସଂପର୍କ ସ୍ଥାପନ କରିଥିଲେ ଏବଂ ଏକ ଟିମ୍ ଯାଇ ଦୁହିଁଙ୍କୁ ଧରିବାରେ ସଫଳ ହୋଇଛି। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣକ ‘ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍ ହାଇନେଟ୍ ୱର୍ଥ ଇନ୍‌ଭେଷ୍ଟର ପ୍ରେଗ୍ରାମ’ନାମରେ ଥିବା ଏକ ଅଣସ୍ୱୀକୃତ ଆପ୍‌କୁ ତାଙ୍କ ମୋବାଇଲ୍‌ରେ ଡାଉନ୍‌ଲୋଡ୍ କରିଥିଲେ। ସେଥିରେ ସେ ଜାଣିବାକୁ ପାଇଲେ ଯେ ଖୁବ୍ କମ୍‌ଦିନରେ ଅଧିକ ଟଙ୍କାର ଲାଭ ହେଉଛି। ଏହି ଆପ୍‌କୁ ଫଲୋ ତଥା ସର୍ଚ୍ଚ କରିବାର ଦେଖି ସାଇବର୍ ଲୁଟେରାମାନେ ତାଙ୍କୁ ମୋବାଇଲ୍‌କୁ ଏକ ହ୍ୱାଟ୍‌ସ ଆପ୍ ଗ୍ରୁପ୍‌ରେ ଆଡ୍‌କରି ତାଙ୍କ ମାଇଣ୍ଡକୁ ୱାସ କରିବାରେ ଲାଗିଲେ। ଏଥି ସହିତ ଏହିଗ୍ରୁପ୍‌ରେ ବ୍ୟକ୍ତି ଜଣକଦେଖିଲେ ଅନେକ ଲୋକ ଲକ୍ଷଲକ୍ଷ ଟଙ୍କାର ଲାଭଉଠାଇବାରେ ସଫଳ ହୋଇଛନ୍ତି। ଏହି କମ୍ପାନୀରେ ସେ ଟଙ୍କା ବିନଯୋଗ କଲେ ଖୁବ୍‌ଶୀଘ୍ର କୋଟିପତି ହୋଇଯିବାର ସମ୍ଭାବନା ରହିଛି। ଏଣୁ ସେ ଆର୍‌ଟିଜିଏସ୍‌/ଏନ୍‌ଇଏଫ୍‌ଟି/ଆଇଏମ୍‌ପିସ୍ ମାଧ୍ୟମରେ ଟଙ୍କା ଡିପୋଜିଟ୍ କଲେ। ସେ ପ୍ରଥମେ ପ୍ରଥମେ କିଛି ଟଙ୍କା ଉଠାଇବାରେ ସଫଳ ହୋଇଥିଲେ। ଏଣୁ ତାଙ୍କର ବିଶ୍ୱାସ ଜନ୍ମିଥିଲା ଯେ ଉକ୍ତ ଟ୍ରେଡିଂ କମ୍ପାନୀରେ ଅର୍ଥ ବିନଯୋଗ କଲେ କୌଣସି ବିପଦ ନାହିଁ। ମାତ୍ର ସେ ଯେତେବେଳେ ଅଧିକ ଟଙ୍କା ବିନିଯୋଗ କଲେ ଆଉ ଟଙ୍କା ମିଳିପାରିଲା ନାହିଁ, ସମସ୍ତ ଅର୍ଥ ପାଇବାକୁ ହେଲେ ଆହୁରି ୩୦ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ସାଇବର ଲୁଟେରାମାନେ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ବ୍ୟକ୍ତ ଜଣକ ଜାଣିଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି। ଏଣୁ ସେ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଏସ୍‌ଆଇ ଶ୍ରୀଦାସଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ରାଜସ୍ଥାନ ଯାତ୍ରା କରିଥିଲା। ସେଠାରେ ସ୍ଥାନୀୟ ପୁଲିସ ସହାୟତାରେ ଦୁଇ ସାଇବର ଠକକୁ ଗିରଫ କରିବା ସହ ୨ଦୁଇଟି ମୋବାଇଲ୍ ଜବତ କରିଥିବା ବେଳେ ଅଭିଯୁକ୍ତ ନବୀନ ନାମରେ ଥିବା ୟୁନିଅନ ବ୍ୟାଙ୍କ୍‌ରେ ଥିବା ୫ଲକ୍ଷ ୭୭ ହଜାର ଟଙ୍କାକୁ ଫ୍ରିଜ୍ କରିଛି। ଏହି ପରିପ୍ରେକ୍ଷୀରେ ଅନ୍‌ଲାଇନ୍ ଟ୍ରେଡିଂ କରିବା ପୂର୍ବରୁ ଆପ୍‌ଗୁଡିକ୍ ତନଖି କରିବାକୁ ପୁଲିସ ଜନସାଧାରଣକୁ ଅନୁରୋଧ କରିଛି।

Post Views: 41
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In