• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସନ୍ତାକାଲି କେବଳ ସିଂହଦ୍ୱାରରେ ପ୍ରବେଶ

by Voice of Victims
June 21, 2024
in ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲି କେବଳ ସିଂହଦ୍ୱାରରେ ପ୍ରବେଶ

ଭୁବନେଶ୍ୱର: ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ପୁରୀରେ ପ୍ରବଳ ଗହଳି ହେବ । ତେଣୁ ଶୃଙ୍ଖଳିତ ଦର୍ଶନ ତଥା ଭିଡକୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ। ସତ୍ୟନାରାୟଣ ମନ୍ଦିର ଦେଇ ବଡଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ନିକଟରେ ବଡଦାଣ୍ଡକୁ ଯାଇପାରିବେ । ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In