• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅପରେସନ ସିନ୍ଦୂର ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା: ପ୍ରତିରକ୍ଷା ମନ୍ତ୍ରୀ

by Voice of Victims
May 12, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଅପରେସନ ସିନ୍ଦୂର ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: “ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା ବରଂ ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା” କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମେ ୧୧, ୨୦୨୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ବ୍ରହ୍ମୋସ ଇଣ୍ଟିଗ୍ରେସନ ଏଣ୍ଡ ଟେଷ୍ଟିଂ ଫାସିଲିଟି ସେଣ୍ଟରର ଉଦଘାଟନ ଅବସରରେ ନିଜର ଭର୍ଚୁଆଲ ଅଭିଭାଷଣରେ ସେ ଏହା କହିଛନ୍ତି। ସେ ଏହି ଅଭିଯାନକୁ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ଇଚ୍ଛାଶକ୍ତି ଏବଂ ସଶସ୍ତ୍ର ବାହିନୀର ଦକ୍ଷତା ଏବଂ ସଂକଳ୍ପର ପ୍ରଦର୍ଶନ ବୋଲି କହିଥିଲେ ଯାହା ଭାରତ ମାଟିରେ ଭାରତ ବିରୋଧୀ ଏବଂ ଆତଙ୍କବାଦୀ ସଂଗଠନମାନଙ୍କ ହାତରେ ନିଜ ପ୍ରିୟଜନଙ୍କୁ ହରାଇଥିବା ନିର୍ଦ୍ଦୋଷ ପରିବାରକୁ ନ୍ୟାୟ ସୁନିଶ୍ଚିତ କରିଥିଲା।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୂର ପ୍ରମାଣ କରିଛି ଯେ ଯେତେବେଳେ ଭାରତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସୀମା ଆରପାରିର ଭୂମି ମଧ୍ୟ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ସେ କହିଛନ୍ତି, “ଉରି ଘଟଣା ପରେ ସର୍ଜିକାଲ୍ ଷ୍ଟ୍ରାଇକ୍, ପୁଲୱାମା ଆକ୍ରମଣ ପରେ ବାୟୁସେନା ଆକ୍ରମଣ ଏବଂ ଏବେ ପହଲଗାମ୍ ଆକ୍ରମଣ ପରେ ବହୁବିଧ ଆକ୍ରମଣ ସହିତ, ବିଶ୍ୱ ଦେଖିସାରିଛି ଯେ ଯଦି ଭାରତ ମାଟିରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ଭାରତ କ’ଣ କରିପାରିବ। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତାର ନୀତି ଅନୁସରଣ କରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଏହି ନୂଆ ଭାରତ ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।”

ରାଜନାଥ ସିଂହ କହିଛନ୍ତି ଯେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ନିରୀହ ନାଗରିକଙ୍କୁ ଟାର୍ଗେଟ କରାଯାଇ ନଥିଲା। ତଥାପି, ପାକିସ୍ତାନ ଭାରତର ସାଧାରଣ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିଥିଲା ଏବଂ ମନ୍ଦିର, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ସେ କହିଛନ୍ତି, “ଆମର ସଶସ୍ତ୍ର ବାହିନୀ ସାହସ ଏବଂ ସଂଯମତା ଦେଖାଇଥିଲେ ଏବଂ ଅନେକ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଉପଯୁକ୍ତ ଜବାବ ଦେଇଥିଲେ। ଆମେ କେବଳ ସୀମା ନିକଟରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ, ବରଂ ଆମର ସଶସ୍ତ୍ର ବାହିନୀର ଆକ୍ରମଣ ରାୱଲପିଣ୍ଡିରେ ମଧ୍ୟ ପହଞ୍ଚିଥିଲା, ଯେଉଁଠାରେ ପାକିସ୍ତାନୀ ସାମରିକ ମୁଖ୍ୟାଳୟ ଅବସ୍ଥିତ।

”ବ୍ରହ୍ମୋସ ଇଣ୍ଟିଗ୍ରେସନ ଏବଂ ପରୀକ୍ଷଣ କେନ୍ଦ୍ର ବିଷୟରେ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଭାରତର ପ୍ରୟାସକୁ ମଜବୁତ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବ। ସେ ଜାତୀୟ ପ୍ରଯୁକ୍ତି ଦିବସରେ ଏହାର ଉଦଘାଟନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ, ଯାହା ଭାରତର ବୃଦ୍ଧି ପାଉଥିବା ନବସୃଜନ ଶକ୍ତିକୁ ପ୍ରତିଫଳିତ କରେ ଏବଂ ଗୁରୁତ୍ୱପୂର୍ଣ୍ଣ, ଉଚ୍ଚସ୍ତରୀୟ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ବିଶ୍ୱ ପରିବର୍ତ୍ତନ ସହିତ ସମନ୍ୱୟ ରଖେ।

Post Views: 47
Share199Tweet125Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In