• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ

by Voice of Victims
June 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସ୍ୱାସ୍ଥ୍ୟ
ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ

ଭୁବନେଶ୍ବର: ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ।  କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା ।

ମୁମ୍ବାଇରେ ନବୀନଙ୍କ ଚିକିତ୍ସାର କୋଅର୍ଡିନେଟ କରୁଛନ୍ତି ପ୍ରସିଦ୍ଧ ହାର୍ଟ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।  ସେ ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ମଧ୍ୟ ଅଛନ୍ତି। ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି, ମୋଟ ୪ ଘଣ୍ଟାର ଅପରେସନ ଥିଲା । ସେଥିରୁ ମୁଖ୍ୟ ଅପରେସନ ୨ ଘଣ୍ଟାରୁ କମ୍ ଥିଲା । ଅପରେସନ ସଫଳ ହୋଇଛି । ଏବେ ନବୀନ ନିରୀକ୍ଷଣରେ ଅଛନ୍ତି । ତାଙ୍କର ଚେତା ଫେରିଲାଣି । ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ।

ଏବେ ସେ ୨ ଦିନ ଅବଜରଭେସନରେ ରହିବେ ।  ଏହାପରେ ତାଙ୍କୁ ରୁମକୁ ପଠାଯିବ ।  ଏହାର ୫ରୁ ୬ ଦିନ ପରେ ନବୀନଙ୍କୁ ଡିସଚାର୍ଜ କରାଯିବ । ଅପରେସନ ବହୁତ ଭଲରେ ହୋଇଛି ।  ସବୁ ଠିକଠାକ ଅଛି । ୫-୬ ଦିନରେ ହସପିଟାଲରୁ ଡିସଚାର୍ଜ ହେବା ପରେ ନବୀନ ସ୍ପାଇନ ସର୍ଜରୀ ପାଇଁ ନିୟମିତ ଏକ୍ସସରସାଇଜ କରିବେ ।  ସ୍ପାଇନ ସର୍ଜରୀ ପାଇଁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା ।

ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଏହି ଅପରେସନ କରିଛନ୍ତି ।  ଏସିଆନ ହାର୍ଟ ହସପିଟାଲର ହାର୍ଟ ସର୍ଜରୀ ମୁଖ୍ୟ ପ୍ରଦୋତ ରଥ, କୋକିଳାବେନ ହସପିଟାଲର ଦୁଇ ଜଣ ସ୍ପାଇନ ସର୍ଜନ ମୁଖ୍ୟ, ଆନସ୍ଥେସିଆ ମୁଖ୍ୟ ଡାକ୍ତର ମନୋଜ ଚୌହାନ ଓ ଟିମ ଏଥିରେ ସାମିଲ ଥିଲେ ।

Post Views: 75
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In