• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

by Voice of Victims
October 5, 2024
in ମୁଖ୍ୟ ଖବର, ରାଜ୍ୟ
ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଚାଲିଥିବା ରାଜ୍ୟର କୃଷକ ମାନେ ଡବଲ ଫାଇଦା ପାଉଛନ୍ତି। ଆମ ସରକାରରେ ସବୁ ନିର୍ଣ୍ଣୟ ଓ ନୀତି ବିକଶିତ ଭାରତ ଗଠନକୁ ଆଖି ଆଗରେ ରଖି ଗ୍ରହଣ କରାଯାଉଛି। ଆମର ଏହି ନୀତି ଓ ନିର୍ଣ୍ଣୟ ସମାଜର ବଞ୍ଚିତ ଶ୍ରେଣୀକୁ ଆଗକୁ ବଢିବା ପାଇଁ ସାହାଯ୍ୟ କରୁଛି। ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପିଏମ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। କୃଷକଙ୍କ ବିକାଶ ଓ ଦାରିଦ୍ର୍ୟ ହ୍ରାସ ପ୍ରକ୍ରିୟାକୁ  ତ୍ବରାନ୍ବିତ କରିବା ନିମନ୍ତେ କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଥିଲେ। ଆଜି ୧୮ତମ କିସ୍ତି ପ୍ରଦାନ ଜରିଆରେ ଓଡିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହେଲେ। ପୂର୍ବରୁ ବରଗଡରୁ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଉର୍ଦ୍ଦ୍ବ ଚାଷୀ ଉପକୃତ ହୋଇଥିଲେ। ପିଏମ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ହସ୍ତାନ୍ତର କରାଯାଉଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ପିଏମ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ। ଏଥି ପାଇଁ ନୂଆଖାଇ ଠାରୁ ଆମେ ଏକ ଦୁଇ ମାସିଆ ସାଚୁରେସନ ଡ୍ରାଇଭ ପ୍ରୋଗ୍ରାମ ଆରମ୍ଭ କରିଛୁ। ପ୍ରତି ବ୍କକ ସ୍ତରରେ ଜନ ସେବା କେନ୍ଦ୍ର ସହାୟତାରେ ଚାଷୀ ଭାଇ ମାନେ ସେମାନଙ୍କ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିଶୁଳ୍କ ଭାବେ କରିପାରିବେ, ସିଏମ କିଷାନ ପାଇଁ ମଧ୍ୟ ଏଥିରେ ସୁବିଧା ଉପଲବ୍ଧ ରହିଛି। ରବି ଫସଲରେ ପିଏମ କିଷାନ ସହାୟତାକୁ ଫଳପ୍ରଦ ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ସବୁ କୃଷକ ବନ୍ଧୁ ମାନଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପିଭିଟିଜି ବର୍ଗର କୃଷକ ଏବଂ ବନ ଅଧିକାର ଆଇନ ପଟ୍ଟା ଥିବା ଜନ ଜାତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବାକୁ ଯାଉଛି। ସେମାନେ ମଧ୍ୟ ଏହି ଯୋଜନାର ଲାଭ ଓ ସୁବିଧା ପାଇବେ। କୃଷକ ମାନେ ଦେଶର ଅନ୍ନ ଦାତା। ଆମ ଅର୍ଥ ନୀତିର ମେରୁଦଣ୍ଡ। ସେମାନଙ୍କ ମଙ୍ଗଳ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ବ ଏବଂ କୃଷକ ମାନଙ୍କ କଲ୍ୟାଣ ପାଇଁ ଆମ ସରକାର ଦାୟିତ୍ବ ନେବା ପରେ ପ୍ରଥମେ ସମୃଦ୍ଧ କୃଷି ନୀତି ଆଧାରରେ ଧାନର କ୍ରୟ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସ୍ଥିର କରିଛନ୍ତି। ରାଜ୍ୟରେ ଥିବା ମଣ୍ଡି ଗୁଡିକୁ ସୁଦୃଢ କରାଯାଉଛି। କଟନି ଛଟନିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଜୈବିକ କୃଷି ଓ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ କାର୍ଯ୍ୟକ୍ରମ  ଆରମ୍ଭ କରାଯିବ । ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଶ୍ରୀ ଅନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ରାଜ୍ୟରେ ୫୮ଟି ସବଡିଭିଜନରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ସ୍ଥାପନ କରାଯିବ ବୋଲି ସେ କହିଥିଲେ। ଦଶହରା ଉପଲକ୍ଷେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର କୃଷକମାନଙ୍କୁ ଏହି ଭେଟି ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଓଡିଶାର ଚାଷୀ ଭାଇ ମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଡି ହୋଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପିଏମ କିଷାନର ଏହି ସହାୟତା ରାଶି କୃଷକ ମାନଙ୍କୁ ରବି ଫସଲ ସହିତ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବାରେ ସହାୟକ ହେବ। ଚାଷୀ ମାନଙ୍କୁ ଏଦିଗରେ ସହାୟତା ପ୍ରଦାନ ପାଇଁ ରାଜ୍ୟର ୫୮ଟି ସବଡିଭିଜନରେ LED ମାଧ୍ୟମରେ ଆମେ ସଚେତନ କରୁଛୁ ଏବଂ ସେମାନେ ମଧ୍ୟ ଟୋଲ ଫ୍ରି ନମ୍ବରକୁ କଲ କରି ସେମାନଙ୍କ ସମସ୍ୟା ଦୂର କରିପାରିବେ। ଏହି ଅବସରରେ ସେ ଜୈବିକ କୃଷିକୁ ଆପଣେଇବା ପାଇଁ ରାଜ୍ୟର କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ପିଏମ କିଷାନର ଏହି ସହାୟତା ରାଶି କୃଷକ ମାନଙ୍କୁ ଅମଳ ସହିତ ପରବର୍ତ୍ତୀ ଚାଷକାର୍ଯ୍ୟ ପାଇଁ ସାହାଯ୍ୟ କରିବ। ପିଏମ କିଷାନର ପୂର୍ବ କିସ୍ତିରେ ରାଜ୍ୟର ୨୯ ଲକ୍ଷ ୭୩ ହଜାର ଚାଷୀ ସହାୟତା ରାଶି ପାଇଥିଲେ କିନ୍ତୁ ଚଳିତ ୧୮ତମ କିସ୍ତିରେ ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ସହାୟତା ପାଉଛନ୍ତି। ଆଗକୁ ଆହୁରି ମଧ୍ୟ ନୂତନ ଚାଷୀ ଯୋଡିହେବେ। ଚାଷୀ ମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଅମଳ ବୃଦ୍ଧି ପାଇଁ ପଦକ୍ଷେପ ନେବା ପାଇଁ ଆମ ସରକାର ସଂପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ। କାର୍ଯ୍ୟକ୍ରମରେ ବହୁ କୃଷକ ଭାଇ ଭଉଣୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ  ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In