ବଡ଼ଚଣା ୦୯/୦୧:- ଆମ ଓଡ଼ିଆ ଲୋକମାନଙ୍କର ବାର ମାସରେ ତେର ପରବ। ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ “ମହୋତ୍ସବ” ଏକ ମାଧ୍ୟମ ।କର୍ମମୟ ଜୀବନ ଭିତରେ ଓଡ଼ିଆ ଲୋକମାନେ ଏହାକୁ ମଧ୍ୟ ଖୁବ୍ ଧୁମଧାମରେ ପାଳନ କରନ୍ତି । ଚଳିତ ବର୍ଷ ବଡ଼ଚଣା ମହୋତ୍ସବ ଜାନୁୟାରୀ ୭ ତାରିଖ ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ତାରିଖରେ ଶେଷ ହେବାକୁ ଯାଉଛି । ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଙ୍କ ଦ୍ଵାରା ମହୋତ୍ସବଟି ଉଦ୍ଘାଟିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, ଯାଜପୁର ଡକ୍ଟର ରବିନାରାୟଣ ବେହେରା, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର କୁମାର ନାୟକ ଙ୍କ ସମେତ ସଭାପତି ଭାବେ ବଡ଼ଚଣା ମହୋତ୍ସବ କମିଟି ତଥା ସମ୍ପାଦକ ଆମ ବଡ଼ଚଣା ମହୋତ୍ସବ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଚୌଧୁୀରି ଯୋଗ ଦେଇଥିଲେ ।

ମହୋତ୍ସବଟି ପ୍ରଥମରୁ ୫ ଦିନ ଧରି ପାଳନ କରାଯାଉଥିଲା କିନ୍ତୁ ଏହି ବର୍ଷ ବଡ଼ଚଣା ବିଧାୟକଙ୍କ ଦ୍ବାରା ଏହାକୁ ୭ ଦିନ ଯାଏ ବର୍ଦ୍ଧିତ କରାଯାଇଛି । ୭ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଧୁନିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି । ପ୍ରଥମ ଦିନ ସନ୍ଧ୍ୟାରେ ଓଲିଉଡ ଗାୟକ କୁଲଦୀପ ତାଙ୍କର ସୁନ୍ଦର କଣ୍ଠ ସ୍ଵରରେ ଲୋକ ମାନଙ୍କୁ ବେଶ୍ ଆକର୍ଷିତ କରିଥିଲେ । ଓଲିଉଡ ଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ କଳାକାର ଯଥା ବଲିଉଡ୍ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ , ବଲିଉଡ୍ ଗାୟିକା ପଲ୍ଲକ ମୁଚାଲ୍, ଗାୟକ ପଲାସ ମୁଚାଲ , ବଲିଉଡ୍ ଗାୟିକା ଅରୁନିତା କଞ୍ଜିଲାଲ, ଓଲିଉଡ ଗାୟକ ସତ୍ୟଜିତ ପ୍ରଧାନ ଏବଂ ଗାୟିକା ଲିପ୍ସା ମହାନ୍ତି ଓ ଇରା ମହାନ୍ତି ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ଦ୍ଵାରା ମହୋତ୍ସବ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଆଣିଦେବ ।
