• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୯ ଶିଶୁଙ୍କ ସମେତ ଜଣେ ମହିଳା ମୃତ

by Voice of Victims
November 25, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୯ ଶିଶୁଙ୍କ ସମେତ ଜଣେ ମହିଳା ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି ।

ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରିବା ସହ ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି । ତାଲିବାନ କହିଛି ଯେ, ଖୋସ୍ତ ପ୍ରାନ୍ତ ବ୍ୟତୀତ ପକ୍ତିକା ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ ହୋଇଛି । ସିରିଏଲ ଆଟାକରେ ଅନେକ ନାଗରିକଙ୍କ ଘର ଧ୍ୱଂସ ହୋଇଯାଇଛି ।

ଘଟଣାକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାଁନ୍ତି । ତେବେ ଆକ୍ରମଣ ସେହି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନ ପେଶାଓ୍ୱାରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏଥିପାଇଁ ପାକ୍ ସରକାର ଆଫଗାନିସ୍ତାନକୁ ଦାୟୀ କରିଥିଲେ ।

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି । ଅକ୍ଟୋବରରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଗତକାଲି ପାକିସ୍ତାନର ପେଶାୱର ବିସ୍ଫୋରଣ ହୋଇଥିଲା । ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଅର୍ଦ୍ଧସାମରିକ ବିଲ୍ଡିଂର ମୁଖ୍ୟ ଫାଟକରେ ଦୁଇଟି ବିସ୍ଫୋରଣ ସହିତ ଏହି ଆକ୍ରମଣ ଆରମ୍ଭ ହୋଇଥିଲା ।

Post Views: 19
Share197Tweet123Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In