• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

by Voice of Victims
May 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେକୁ ନେଇ କଥାବାର୍ତ୍ତା ହେବ, ଏହାଛଡା ଆଉ କିଛି ନୁହେଁ । ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ ।

ଗୁରୁବାର ଦିଲ୍ଲୀରେ ହଣ୍ଡୁରାସ୍ ଦୂତାବାସର ଉଦଘାଟନ ସମୟରେ, ଏସ ଜୟଶଙ୍କର ପାକିସ୍ତାନ ସହିତ ଆଲୋଚନା ଉପରେ ଭାରତର ସ୍ଥିତି ଦୋହରାଇଥିଲେ । ଏସ ଜୟଶଙ୍କର କହିଛନ୍ତି ଯେ, ସିନ୍ଧୁ ଚୁକ୍ତିନାମା ସ୍ଥଗିତ ରହିବ । ପାକିସ୍ତାନ ସହିତ ଆତଙ୍କବାଦ ଏବଂ ପିଓକେ ଉପରେ ଆଲୋଚନା ହେବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପାକ୍ ଆଲୋଚନାରେ କୌଣସି ତୃତୀୟ ଦେଶ ହସ୍ତକ୍ଷେପ କରିବ ନାହିଁ । ପାକିସ୍ତାନ ସହିତ କେବଳ ପିଓକେ ଏବଂ ଆତଙ୍କବାଦ ଉପରେ ଆଲୋଚନା ହେବ ।

ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ସମର୍ଥନ ମିଳିଛି । ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରହିବ । ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଦୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୟଶଙ୍କର ।

ପାକିସ୍ତାନ ଆତଙ୍କବାଦୀର ଭିତ୍ତିଭୂମିକୁ ବନ୍ଦ କରିବାକୁ ହେବ, ସେମାନେ ଜାଣିଛନ୍ତି କ’ଣ କରିବାକୁ ହେବ । ତାଙ୍କ ସହିତ ଆତଙ୍କବାଦ ବିଷୟରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ । ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ । ଏହା ବର୍ଷ ବର୍ଷ ଧରି ଜାତୀୟ ସହମତି ହୋଇଆସିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In