• About Us
  • Contact Us
Sunday, March 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ

by Voice of Victims
March 22, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ

ନୂଆଦିଲ୍ଲୀ : ଭାରତକୁ ପରମାଣୁ ବୋମାର ଧମକ। ଆମେରିକା ଆମ ପରମାଣୁ ଅସ୍ତ୍ରକୁ ଟାର୍ଗେଟ୍ କଲେ ଆମେ ଦିଲ୍ଲୀ-ମୁମ୍ବାଇ ଉପରେ ବୋମା ପକାଇବୁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ।  ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ଏକ ଅତ୍ୟନ୍ତ ବିବାଦୀୟ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି କେବେ ଆମେରିକା ପାକିସ୍ତାନର ପରମାଣୁ ସାମର୍ଥ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରେ ତାହେଲେ ପାକିସ୍ତାନ ବିନା ଦ୍ୱିଧାରେ ଭାରତର ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହର ଉପରେ ଆକ୍ରମଣ କରିବ।

ବାସିତଙ୍କ କହିବା ଅନୁଯାୟୀ, ଯଦି ଆମେରିକା ପାକିସ୍ତାନ ଉପରେ ଆକ୍ରମଣ କରେ  ତେବେ ପାକିସ୍ତାନ ପାଖରେ ଭାରତ ଉପରେ ଆକ୍ରମଣ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ । ପରବର୍ତ୍ତୀ ପରିଣାମ କ’ଣ ହେବ ତାହା ପରେ ଦେଖାଯିବ ବୋଲି ସେ କହିଛନ୍ତି । ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସବୁବେଳେ ‘ଭାରତ-କେନ୍ଦ୍ରିକ’ ବୋଲି ସେ ଦର୍ଶାଇଛନ୍ତି । ଯଦିଓ ସେ ଏହାକୁ ଏକ କଳ୍ପନା ବୋଲି କହିଛନ୍ତି କିନ୍ତୁ ସିଧାସଳଖ ଭାରତୀୟ ସହରର ନାମ ନେଇ ଧମକ ଦେବା ଅତ୍ୟନ୍ତ ଚିନ୍ତାଜନକ । ଅବଦୁଲ ବାସିତ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଭାରତରେ ପାକିସ୍ତାନର ପ୍ରମୁଖ କୂଟନୀତିଜ୍ଞ ଥିଲେ । ତାଙ୍କର ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦକ୍ଷିଣ ଏସିଆରେ ସାମରିକ ଉତ୍ତେଜନା ବୃଦ୍ଧି ପାଉଛି । ବିଶେଷଜ୍ଞମାନେ ଏହାକୁ କେବଳ ଧ୍ୟାନ ଆକର୍ଷଣ କରିବା ପାଇଁ ଏକ “ପାଗଳାମି ଭରା ମନ୍ତବ୍ୟ” ବୋଲି କହୁଛନ୍ତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In