• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

by Voice of Victims
May 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ। ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ । ଓଡିଶା ଲୋକ ଉଚିତ୍‌ ଜବାବ ଦେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରତିଶୃତି ଥିବା ୨ କୋଟି ଚାକିରୀ କୁଆଡେ ଗଲା। ଦରଦାମ ଆଜି ଆକାଶ ଛୁଆଁ। ଏଥିରେ ଲଗାମ ନାହିଁ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି। ମୁଖ୍ୟମନ୍ତ୍ରୀ ନୟାଗଡର ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍‌ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍‌ଡୋର ଷ୍ଟାଡିୟମ ପାଇଁ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୟାଗଡ ବିଧାନ ସଭା ପ୍ରାର୍ଥୀ ଅରୁଣ ସାହୁ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗେଇ ନେବା ପାଇଁ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେହିପରି କଣ୍ଟାମାଳରେ ଉପସ୍ଥିତ ବିପୁଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ । ମିଠା ମିଠା କଥା କହିବ। ନିର୍ବାଚନ ସରିଗଲେ, ଖୋଜିଲେ ବି ପାଇବେ ନାହିଁ। ଓଡିଶାବାସୀଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିବା ଆମ ମୁଖ୍ୟମନ୍ତ୍ରୀ ଅଳ୍ପ କଥା କହନ୍ତି, ଅଧିକା କାମ କରନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି। ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କୁ ୪୦ ହଜାର ମାର୍ଜିନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ। ଆଉ ଯିଏ ବି କ୍ଷମତାକୁ ଆସିବେ ଓଡିଶା ବିକାଶର ରଥ ଅଟକି ଯିବ। ଆମେ ବିକାଶର ରଥକୁ ଅଟକିବାକୁ ଦେବା ନାହିଁ । ସମସ୍ତେ ମିଶି ଓଡିଶାକୁ ଆଗେଇ ନେବା। ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ୫ ଜୁଲାଇ ୨୦୨୩ ରେ କଣ୍ଟାମାଳ ଆସିଥିଲି। ସେଦିନର ମିଟିଙ୍ଗ୍ ଥିଲା ମୋ ପାଇଁ ସବୁଠାରୁ ସ୍ମରଣୀୟ । ସେଦିନର ମିଟିଙ୍ଗ୍ ଓ ଆପଣମାନଙ୍କର ଖଡଙ୍ଗ ବ୍ୟାରେଜ ସମ୍ପର୍କିତ ଦାବୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ ମଞ୍ଜୁର କରିଥିଲେ ୨୦୦ କୋଟି ଟଙ୍କା। କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି।ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ବିରମୁଣ୍ଡା ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ମଠର ବିକାଶ ପାଇଁ ୬ କୋଟି ଟଙ୍କା, ତେଲ୍‌ ନଦୀ କୁଟାଯୋର ଠାରେ ହାଇ ଲେଭଲ ସେତୁ ପାଇଁ ୪୬ କୋଟି ଟଙ୍କା, ଖଣ୍ଡିକମ୍ପା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨.୧୦ କୋଟି ଟଙ୍କା, ଭାଇବୋହୁ ଦେଢଶୁର ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୪୦ କୋଟି ଟଙ୍କା, କଣ୍ଟାମାଳର ୨୪ଟି ଗ୍ରାମ ପଞ୍ଚାୟତ ଓ ବୌଦ୍ଧର ୧୨ଟି ଗ୍ରାମ ପଞ୍ଚାୟତରେ ମେଗା ପାଇପ୍‌ ଜଳ ଯୋଗାଣ ପାଇଁ ୩୩୦ କୋଟି ଟଙ୍କାର କାମ ଏହି ନିର୍ବାଚନ ମଣ୍ଡଳୀରେ ଚାଲିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪୫ ହଜାର ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପରିବାର BSKYରେ ସାମିଲ ହୋଇଛନ୍ତି। କଣ୍ଟାମାଳର ମନୋଜ ପାତ୍ର ଓ ସଦାନନ୍ଦ କର୍ମୀ ଯଥାକ୍ରମେ ଚିକିତ୍ସା ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ BSKY ଯୋଜନାରେ ପାଇ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଉଭୟ ସଭାରେ ନୟାଗଡରେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଏବଂ କଣ୍ଟାମାଳଠାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣା ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In