• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪: ରେକର୍ଡ ସହ ଶୁଟିଂରେ ଅବନୀଙ୍କୁ ସ୍ୱର୍ଣ୍ଣ

by Voice of Victims
August 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪: ରେକର୍ଡ ସହ ଶୁଟିଂରେ ଅବନୀଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ୍‌: ପ୍ୟାରିସ୍ ପାରାମ୍ପିକ୍‌ରେ ଶୁକ୍ରବାର ଭାରତ ୪ଟି ପଦକ ମିଳିଛି। ମହିଳା ଶୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଓ ମୋନା ଅଗ୍ରୱାଲ୍ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ମନୀଷ ନରୱାଲ୍‌ଙ୍କୁ ରୌପ୍ୟ ପଦକ ମିଳିଛି। ସେହିପରି ମହିଳା ୧୦୦ ମିଟର ଟି-୩୫ ରେସ୍‌ରେ ପ୍ରୀତି ପାଲ୍ ଭାରତକୁ ବ୍ରୋଞ୍ଜ୍ ପଦକ ଦେଇଛନ୍ତି। ପ୍ୟାରିସ୍ ପାରାଲିମ୍ପିକ୍ ଗେମ୍ସରେ ଅବନୀ ଲେଖରା ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ମହିଳା ୧୦ ମିଟର ଏୟାର୍ ରାଇଫଲ୍‌ର ଏସ୍‌ଏଚ୍‌୧ ବର୍ଗରେ ପାରାଲିମ୍ପିକ୍ ରେକର୍ଡ ସହ ସେ ଏହି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଅବନୀ ୨୪୯.୭ ସ୍କୋର୍ କରିଥିବା ବେଳେ କୋରିଆର ୟୁନରୀ ଲି’ (୨୪୬.୮) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତର ମୋନା ଅଗ୍ରୱାଲ୍ ୨୨୮.୭ ସ୍କୋର୍ ସହ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଦ୍ୱିତୀୟ ସ୍ଥାନରେ ଥିବା ଅବନୀ ଅନ୍ତିମ ରାଉଣ୍ଡ୍‌ରେ ପାରାଲିମ୍ପିକ୍ ରେକର୍ଡ ସ୍ଥାପନ ସହ ୨୪୯.୭ ସ୍କୋର୍ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ। ଗତ ପାରାଲିମ୍ପିକ୍ ରେକର୍ଡ ମଧ୍ୟ ଅବନୀଙ୍କ ନାମରେ ଥିଲା। ଟୋକିଓରେ ସେ ୨୪୯.୬ ସ୍କୋର୍ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୋରିଆ ଶୁଟର ୨୪୬.୮ ସ୍କୋର୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ମହିଳା ୧୦୦ ମିଟର ଟି-୩୫ ବର୍ଗ ରେସ୍‌ରେ ଭାରତକୁ ବ୍ରୋଞ୍ଜ୍ ପଦକ ମିଳିଛି। ପ୍ରୀତି ପାଲ୍ ୧୪.୨୧ ସେକେଣ୍ଡ୍‌ରେ ରେସ୍ ପୂରା କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟର୍ ସର୍ବଶ୍ରେଷ୍ଠ ସମୟ। ଏହି ବର୍ଗର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଚୀନ୍‌କୁ ମିଳିଛି। ଜିୟା ଝାଉ ୧୩.୫୮ ସେକେଣ୍ଡ୍ ସହ ପ୍ରଥମ ଏବଂ କିଆନ୍ ଗୁଓ ୧୩.୭୪ ସେକେଣ୍ଡ୍ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଶୁକ୍ରବାର ଦେଶ ପାଇଁ ଚତୁର୍ଥ ପଦକ ପୁରୁଷ ଶୁଟିଂରେ ଆସିଛି। ମନୀଷ ନରୱାଲ୍ ୧୦ ମିଟର ଏୟାର୍ ପିସ୍ତଲର ଏସ୍‌ଏଚ୍‌୧ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ସେ ୨୩୪.୯ ସ୍କୋର୍ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। କୋରିଆର ଜିୟୋଙ୍ଗ୍‌ଡୁ ଜୋ ୨୩୭.୪ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱ ତଥା ପାରାଲିମ୍ପିକ୍ ରେକର୍ଡଧାରୀ ଚୀନ୍‌ର ଚାଓ ୟାଙ୍ଗ୍ ୨୧୪.୮ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେ ଟୋକିଓରେ ୨୩୭.୯ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ନାମରେ ୨୪୧.୮ ପଏଣ୍ଟ୍‌ର ବିଶ୍ୱ ରେକର୍ଡ ମଧ୍ୟ ରହିଛି।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In