• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର:ରାହୁଲ

by Voice of Victims
February 7, 2024
in ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର:ରାହୁଲ

ଭୁବନେଶ୍ୱର: ‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ’ ଓଡ଼ିଶା ଗସ୍ତ ଅବସରରେ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ମାତ୍ର ଗତକାଲି ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ଏହାପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଲେ, ଓଡ଼ିଶାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ସରକାର ପାର୍ଟନରସିପ୍‌ରେ ଚାଲିଛି। ସେମାନେ ଏକସଙ୍ଗେ ଅଛନ୍ତି। ପାର୍ଲାମେଣ୍ଟରେ ଏହାର ଝଲକ ଦେଖିବାକୁ ମିଳୁଛି।  ମୋଦିଙ୍କ କହିବା ମୁତାବକ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ। ତେଣୁ ଓଡ଼ିଶାରେ ବିଜେପି ଓ ବିଜେଡି ସରକାର ପାର୍ଟନରସିପ୍‌ରେ ଚାଲିଛି। ଗତ ୪୦ ବର୍ଷରେ ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ଥିବା କହିଛନ୍ତି ରାହୁଲ । ବିଜେଡି ସରକାରର ଦୀର୍ଘ ବର୍ଷର ଶାସନ ସତ୍ତ୍ୱେ ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଯିବା ସହ ବେରୋଜଗାରୀ ବଢ଼ିଛି। ଓଡ଼ିଶା ସରକାର ନିଜ କାମ ଠିକ୍‌ ଭାବେ ତୁଲାଉ ନାହିଁ। ତେଣୁ ଓଡ଼ିଶାରେ କାମ ନ ପାଇ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ବାହାର ରାଜ୍ୟରୁ ଓଡ଼ିଶାକୁ ଲୁଟିବାକୁ ୩୦ କୋଟିପତି ଆସିଛନ୍ତି। ତେଣୁ ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାରକୁ ଚାଲି ଯାଇଥିବା ବେଳେ ବାହାରୁ ୩୦ ଜଣ ରାଜ୍ୟ ଭିତରକୁ ଆସିଛନ୍ତି। ସେମାନେ ଓଡ଼ିଶାକୁ ଲୁଟି ନିଜେ କୋଟିପତି ହେଉଛନ୍ତି।  ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ । ମାତ୍ର ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଥିବା ପରି ଆରୋପ ଲଗାଇଛନ୍ତି ରାହୁଲ ଗାନ୍ଧି ।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In