ଭୁବନେଶ୍ୱର : ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ । ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ଜଣାପଡିଛି । ବହିଷ୍କାର ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ” ବିଜେଡି ଫଣ୍ଡ ସ୍କାମ ଆଡକୁ ଈଶାରା କଲେ କ୍ଷୁବ୍ଧ ପ୍ରଭାତ । ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି ବୋଲି ପ୍ରଭାତ ବିଶ୍ୱାଳ କହିଥିଲେ । ବିଜେଡିର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ । ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି ।
ସେଥିପାଇଁ ମୁ ରିଆକ୍ଟ କରିଛି ବୋଲି କହିଥିଲେ ପ୍ରଭାତ । ଏଥିସହ ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି ।ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି ବୋଲି ସେ କହିଥିଲେ । ରାତି ଅନିଦ୍ରା ହୋଇ ସେ ନବୀନ ନିବାସ ମଧ୍ୟ ଯାଇଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, “ସମୟ ଆସିଗଲା । ସତ୍ୟ ପ୍ରକାଶ ହେବ ।”
