କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ବୟାଳିଶ ମୌଜା ଦଧିବାମନପୁର ଭୁଆସୁଣୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ବର୍ଷପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାର ସଂରକ୍ଷଣ ଓ ସମୃଦ୍ଧିରେ ଜନସାଧାରଣଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ମହାନ୍ତି, ବିଭୂପ୍ରସାଦ ସାହୁ, ତୃପ୍ତିମୟୀ ମହାନ୍ତି ଓ ବାସନ୍ତୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ପାଠ କରାଯାଇଥିଲା। ସୁଧାଂଶୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
