କଟକ: କଟକ, ଯୋବ୍ରା ସତ୍ୟ ନାରାୟଣ ସାଇ ମନ୍ଦିର ପ୍ରାଙ୍ଗଣରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ପତଞଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଶିଶିର ଜେନା ଓ ଏ ପ୍ରକାଶ ରାଓଙ୍କ ଦ୍ବାରା ନୂତନ ଯୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ଦାସ, ସବିତା ଦାସ, କିଶୋର ସାଗର, ଶରତ ବେହେରା, ଗୀତାଞ୍ଜଳି ଶତପଥୀ, ଜୟଶ୍ରୀ ମହାନ୍ତି, କବିତା କରଣ, ଗୀତାଞ୍ଜଳି ସାହୁ, ନିରୂପମା ମହାନ୍ତି, ଜୟନ୍ତୀ ମହାନ୍ତି, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, କାବେରୀ ମହାନ୍ତି, ଦୀପ୍ତି ସ୍ବାଇଁ, ସସ୍ମିତା ପ୍ରଧାନ, ସୁଦାମ ମହାକୁଡ଼, ବନ୍ଦିତା ମହାପାତ୍ର, ଲୋପାମୁଦ୍ରା, ପ୍ରୀତିସୁଧା, ପ୍ରମିତା ମଙ୍ଗରାଜ, ଅମିତା ପୃଷ୍ଟି, ନର୍ମଦା ଜେନା ଓ ପ୍ରମୋଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଗୀତା ପାଠ, ଜଗନ୍ନାଥ ଅଷ୍ଟକମ୍ ପାଠ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଝୁନାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନିଃଶୁଳ୍କ ଯୋଗ କେନ୍ଦ୍ରରେ ତାଲିମ ପ୍ରାପ୍ତ ଯୋଗ ଶିକ୍ଷକଙ୍କ ଦ୍ବାରା ଯୋଗ ଶିକ୍ଷା ପ୍ରଦାନ ସହ ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା, ଆକ୍ୟୁପ୍ରେସର ଚିକିତ୍ସା, ଘରୋଇ ଉପଚାର ଓ ବିଭିନ୍ନ ଆଧ୍ୟାତ୍ମିକ ଗ୍ରନ୍ଥ ସ୍ୱାଧ୍ୟାୟ କରାଯିବ ବୋଲିି ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
