• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

AIIMS ରେ ଏବେ ଅନଲାଇନରେ ଚିକିତ୍ସା ସେବା ପାଇବେ ରୋଗୀ ! ଆଉ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବନି

by Voice of Victims
August 5, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦିଲ୍ଲୀ ଏମ୍ସକୁ ଏୟାରଲିପ୍ଟ ହେବେ ବଳଙ୍ଗା ଛାତ୍ରୀ, ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍

ଭୁବନେଶ୍ୱର: ଏମ୍ସ ମେଡିକାଲରେ ଡାକ୍ତର ଦେଖାଇବାକୁ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ଏମ୍ସର ମେଡିକାଲ ଫିସ କେତେ ଆଉ କେମିତି ପଞ୍ଜିକରଣ କରିବେ ଜାଣି ପାରୁନାହାନ୍ତି ? ଏସବୁ ସମସ୍ୟାର ସମାଧାନ ଏବେ ଚୁଟକିରେ ସମାଧାନ ହୋଇଯିବ । କେମିତି ଭାବୁଛନ୍ତି । ତେବେ ଚାଲନ୍ତୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ କହିବୁ ।

ଦର୍ଶକବନ୍ଧୁ ଏମ୍ସ ହସ୍ପିଟାଲକୁ ସବୁ ରୋଗୀ ଯିବା ପାଇଁ ପସନ୍ଦ କରିଥାନ୍ତି କାରଣ ଏଠାରେ ସ୍ୱଳ୍ପ ମୂଲ୍ୟ ଏବଂ ଉନ୍ନତ ଧରଣର ଚିକିତ୍ସା ହୋଇଥାଏ । ଗରିବ ଠୁ ନେଇ ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏମ୍ସ ହସ୍ପିଟାଲର ସୁବିଧା ପାଇବାକୁ ଆଗ୍ରହୀ ଥିଲେ ମଧ୍ୟ ଏହାର ଡ଼ାକ୍ତରୀପ୍ରକ୍ରିୟା ସୁବିଧାରେ ପାଇ ପାରନ୍ତି ନାହିଁ କାରଣ ସେମାନେ କେଉଁଠିକୁ ଯାଇ ଟିକେଟ କାଟିବେ ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ପରୀକ୍ଷା ଓ ପଦ୍ଧଜଟି ପାଇଁ କେଉଁଠିକୁ ଯିବେ ବାଟବଣା ହୋଇଯା’ନ୍ତି । ଏହା ପ୍ରାୟତଃ ଦୂର ଓ ମଫସଲ ଅଞ୍ଚଳରୁ ଆସିଥିବା ରୋଗୀମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ତେବେ ଆପଣମାନେ ଜାଣିଲେ ଖୁସି ହେବେ ଏମ୍ସ ବର୍ତ୍ତମାନ ଏକ ଅନଲାଇନ୍ ଟିକେଟ ବୁକିଂ ବ୍ୟବସ୍ଥା ଆରମ୍ଭ କରିଛି । ଯାହା ସାହାଯ୍ୟରେ ଆପଣଙ୍କୁ ଆଉ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଠିଆ ହେବାର ଆବଶ୍ୟକ ପଡ଼ିବନି । ଆପଣ ଏଥର ଘରେ ବସି ମଧ୍ୟ ପଞ୍ଜୀକରଣ କରିପାରିବେ ଏବଂ ଆପଣଙ୍କ ସମୟ ମଧ୍ୟ ବଞ୍ଚାଇପାରିବେ ।

ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଏମ୍ସ ହସ୍ପିଟାଲରେ ଆପଣ ପଞ୍ଜିକରଣ ନମ୍ବର କିପରି କରିବେ ଓ ସୁବିଧାରେ ଚିକିତ୍ସା କିପରି ପାଇବେ ? ଦର୍ଶକବନ୍ଧୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଅର୍ଥାତ ଏମ୍ସ ଏକ ସୁଲଭ ଏବଂ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ । ସାରା ଦେଶରେ 26 ଟି ଏମ୍ସ ହସ୍ପିଟାଲ ଅଛି ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଚିକିତ୍ସା ପାଇଁ ଯାଆନ୍ତି । ଏମ୍ସ ହସ୍ପିଟାଲଗୁଡ଼ିକରେ ବହୁ ସଂଖ୍ୟକ ରୋଗୀଙ୍କ ଭିଡ଼ ଥାଏ । ଅନେକ ଲୋକ ଏମ୍ସରେ ଚିକିତ୍ସା କିପରି କରିବେ କିମ୍ବା ପଞ୍ଜୀକରଣ କିପରି କରିବେ ତାହା ମଧ୍ୟ ଜାଣି ନଥାନ୍ତି । ଏହି କାରଣରୁ, ଅନେକ ଲୋକ ଏମ୍ସରେ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥାନ୍ତି । ସ୍ପଷ୍ଟ ଭାବରେ କହିବାକୁ ଗଲେ, ଦିନକୁ ଦିନ ବଢ଼ୁଥିବା ଭିଡ଼ ଯୋଗୁଁ ରୋଗୀଟିର ଚିକିତ୍ସା ସେବା ପାଇବାରେ ସମସ୍ୟା ଉପୁଜିଥାଏ, ତେଣୁ ଏଥିପ୍ରତି ଗରୁତ୍ବ ଦେଇ ଏମ୍ସ ଏକ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛି । ଯାହା ସାହାଯ୍ୟରେ ଲୋକମାନେ ଘରେ ବସି ପଞ୍ଜୀକରଣ କରିପାରିବେ ଏବଂ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଠିଆ ହେବାର ଆବଶ୍ୟକତା ନାହିଁ । ଆସନ୍ତୁ ଜାଣିବା ଏମ୍ସରେ ଅନଲାଇନ ଟିକେଟ ବୁକିଂ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ।

ରୋଗୀଙ୍କ ସୁବିଧା ପାଇଁ ଏମ୍ସ ଏହି ଓଆରଏସ ପୋର୍ଟାଲ୍ ତିଆରି କରିଛି । ଏଠାରେ ଆପଣ ସହଜରେ ପଞ୍ଜୀକରଣ କରିପାରିବେ, ଡାକ୍ତରଙ୍କ ସହିତ ପରାମର୍ଶ ପ୍ରକ୍ରିୟା ମଧ୍ୟ ସ୍ଥିର କରିପାରିବେ ଏବଂ ଆପଣଙ୍କର ମେଡିକାଲ୍ ରେକର୍ଡ ମଧ୍ୟ ଦେଖିପାରିବେ । ଏହି ସେବା ବିଶେଷ ଭାବରେ ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ବାରମ୍ବାର ହସ୍ପିଟାଲକୁ ଆସିବାକୁ ଚାହାଁନ୍ତି ନାହିଁ ଏବଂ ସମଗ୍ର ପ୍ରକ୍ରିୟା ପୂର୍ବରୁ ନିଷ୍ପତ୍ତି ନେବାକୁ ଚାହାଁନ୍ତି । ସର୍ବପ୍ରଥମେ, ଆପଣଙ୍କୁ ଏହି ପୋର୍ଟାଲ୍ ମାଧ୍ୟମରେ ଏମ୍ସ ଓପିଡ଼ି ସେବାକୁ ବୁକ୍ କରିବାକୁ ପଡିବ ।

ଦର୍ଶକବନ୍ଧୁ ଏମ୍ସ ହସ୍ପିଟାଲରେ ଚାରି ପ୍ରକାରର ପଞ୍ଜିକରଣ ସେବା ଅଛି, ଯାହାକୁ ଆପଣ ଅନଲାଇନ କିମ୍ବା ଅଫଲାଇନରେ ବୁକ୍ କରିପାରିବେ । ପ୍ରଥମଟି ହେଉଛି ଓପିଡ଼ି ପଞ୍ଜିକରଣ – ଏହା ସବୁଠାରୁ ସାଧାରଣ ପଦ୍ଧତି, ଯେତେବେଳେ ରୋଗୀମାନେ ଏକ ନୂତନ କିମ୍ବା ପୁରୁଣା ରୋଗ ପାଇଁ ଡାକ୍ତରଙ୍କୁ ଦେଖା କରିବାକୁ ଚାହାଁନ୍ତି । ଦ୍ୱିତୀୟଟି ହେଉଛି ସ୍ପେଶାଲିଟି କ୍ଲିନିକ୍ ସେବା – ଏଥିରେ, ରୋଗୀମାନେ ହୃଦରୋଗ, ନ୍ୟୁରୋଲୋଜି କିମ୍ବା କର୍କଟ ରୋଗ ସହିତ ଜଡିତ ଡାକ୍ତର ଭଳି ବିଶେଷଜ୍ଞ ଡାକ୍ତରଙ୍କୁ ଭେଟନ୍ତି । ତୃତୀୟରେ ଫଲୋ-ଅପ୍ ସେବା- ଯେଉଁ ରୋଗୀମାନେ ଏମ୍ସରେ ପୂର୍ବରୁ ଡାକ୍ତରଙ୍କୁ ଦେଖା କରିସାରିଛନ୍ତି ସେମାନେ ଡାକ୍ତରୀ ପରୀକ୍ଷା କିମ୍ବା ଚିକିତ୍ସା ପ୍ରକ୍ରିୟା ଦେଖିବା ପାଇଁ ପୁଣି ଏହି ପଦ୍ଧତି ଲୋଡ଼ିଥାନ୍ତି । ଅନ୍ୟଟି ହେଲା ଜରୁରୀକାଳୀନ ସେବା – ଏହି ସେବା ତୁରନ୍ତ ଏବଂ ଆବଶ୍ୟକୀୟ ଚିକିତ୍ସା ପାଇଁ । ଜରୁରୀକାଳୀନ ସେବା ଅନଲାଇନରେ ବୁକ୍ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ, ରୋଗୀଙ୍କୁ ସିଧାସଳଖ ଜରୁରୀକାଳୀନ କେନ୍ଦ୍ରକୁ ଯିବାକୁ ପଡିବ, ଯେଉଁଠାରେ ତୁରନ୍ତ ଚିକିତ୍ସା ଉପଲବ୍ଧ ।

Post Views: 57
Share199Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In