ଭୁବନେଶ୍ବର: କଟକରେ ଧିରେ ଧିରେ ଶାନ୍ତି ଫେରୁଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଟକରେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ଆଇନମନ୍ତ୍ରୀ ଅପିଲ କରିଛନ୍ତି । ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି କଟକର ପରିସ୍ଥିତି । ପୋଲିସ ଯଥାଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ସହରରେ ଶାନ୍ତି ଫେରାଇ ଆଣିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି । ଏଭଳି କିଛି ଘଟଣା ନ ଘଟୁ ଯାହା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ନଆସୁ । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ। ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି । କଠୋର ଶାସ୍ତି ବିଧାନ ହେବ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବରେ ନେବେ ବୋଲି ଆଶା ରଖାଯାଇଛି । କଟକରେ ଭାଇଚାରା ବଜାୟ ରହୁ ବୋଲି କହିଛନ୍ତି ।

