• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ଭୁବନେଶ୍ବରରେ ଫଟୋଚିତ୍ର ପ୍ରଦର୍ଶନୀ

by Voice of Victims
September 18, 2024
in ମୁଖ୍ୟ ଖବର, ରାଜ୍ୟ
ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ଭୁବନେଶ୍ବରରେ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୭୪ ତମ ଜନ୍ମଦିନ ଉପଲକ୍ଷେ ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଉଛି। ସେହିପରି “ସେବା ପକ୍ଷ” ପାଳନ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଆଗାମୀ ୧୫ ଦିନ ଧରି ପାର୍ଟୀ ତରଫରୁ ବିଭିନ୍ନ ସେବା କାର୍ଯ୍ୟ ଜାରୀ ରହିବ । ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ “ସେବା ଦିବସ” ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱେଚ୍ଛାକୃତ ଭାବେ ଅନେକ କାର୍ଯ୍ୟକର୍ତା ରକ୍ତଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସେବା ପକ୍ଷ ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର, ସହ ସଂଯୋଜକ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମେଡିକାଲ ସେଲ ରାଜ୍ୟ ସଂଯୋଜକ ଡ.କୈଳାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି । ସେବାପକ୍ଷ ପାଳନ ଅବସରରେ ଆସନ୍ତା କାଲି ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଏହି ଅବସରରେ ଦଳ ଏବଂ ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠ ତରଫରୁ ମଣ୍ଡଳସ୍ତରରେ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ । ସେପ୍ଟେମ୍ବର ୨୧ରେ ଡ. ଆର୍ ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ “power within: The Leadership Legacy of Narendra Modi”  ପୁସ୍ତକର ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୩ରେ ବିଧାନସଭା ସ୍ତରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ସେପ୍ଟେମ୍ବର ୨୪ରେ ବିଧାନସଭାସ୍ତରରେ କଳା, ଚିତ୍ରାଙ୍କନ, ରଙ୍ଗୋଲି, ପ୍ରବନ୍ଧ, ସାହିତ୍ୟ-କଳା, ଗ୍ରାଫିକ୍ ଡିଜାଇନ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ । ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀକୁ ବୁଥ୍‌ସ୍ତରରେ ପାଳନ କରାଯିବ । ସାଂଗଠନିକ ମହାପର୍ବ ସଦସ୍ୟତା ଅଭିଯାନ ଅବସରରେ ଦୀନଦୟାଲ ଜୟନ୍ତୀ ଦିବସରେ ଅତିକମ୍‌ରେ ୧୦୦ ସଦସ୍ୟ କରାଯିବା ପାଇଁ ପ୍ରୟାସ କରାଯିବ । ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଣ୍ଡଳସ୍ତରରେ ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ନିକଟରେ ସ୍ୱଚ୍ଛତା ଅଭିଯାନ କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯିବ । ଏହି ଦିନରେ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନ ସୃଷ୍ଟି କରାଯିବା ସହ ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରାଯିବ ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In