• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟେକଅପ୍ ପୂର୍ବରୁ ବିମାନରେ ବ୍ରେକ୍ ଲଗାଇଲେ ପାଇଲଟ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

by Voice of Victims
July 22, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍, ଦିଲ୍ଲୀ-ପ୍ୟାରିସ ରୁଟ୍ ଯାତ୍ରୀ ହନ୍ତସନ୍ତ

ଦିଲ୍ଲୀ : ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ସତର୍କତାର ସହ ପାଇଲଟଙ୍କ ଜରୁରୀ ଅବତରଣ ପାଇଁ ସମସ୍ତ ଯାତ୍ରୀଙ୍କ ସମେତ କର୍ମଚାରୀ ସୁରକ୍ଷିତ ରହିଥିବା ଜଣାପଡିଛି ।

ସୂଚନାନୁଯାୟୀ, ଏୟାର ଇଣ୍ଡିଆ କହିଛି ଯେ, ଦିଲ୍ଲୀରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ AI2403 ର ଉଡ଼ାଣରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଉଡ଼ାଣକୁ ବାତିଲ କରାଯାଇଥିଲା । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ ଏଭଳି ନିଷ୍ପତ୍ତି ନେଇଥିଲେ । ଯାହା ଦ୍ବାରା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ଷ୍ଟାଫ୍ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । କିନ୍ତୁ ଏହି ଉଡ଼ାଣ ସେବା ପୁଣି ସୋମବାର ସନ୍ଧ୍ୟାରେ ପୁନଃନିର୍ଦ୍ଧାରିତ ହୋଇଥିବା ସମୟରେ ଉଡ଼ାଣ କରିବ ।

ଅନ୍ୟପଟେ ଏୟାର ଇଣ୍ହିଆର ଜଣେ ମୁଖପାତ୍ର ’’ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।’’ ଏହା ବ୍ୟତୀତ ସେ କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧା ହେଉଛି ଏୟାର ଇଣ୍ଡିଆର ସର୍ବୋଚ୍ଚ ପ୍ରାଥମିକତା ।

ସୂଚନାଯୋଗ୍ୟ, ସୋମବାର କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରବଳ ବର୍ଷା ମଧ୍ୟରେ ଅବତରଣ କରିବା ସମୟରେ ରନୱେରୁ ଓଲଟି ପଡ଼ିବାରୁ ମୁମ୍ବାଇ ବିମାନବନ୍ଦରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଅଘଟଣ ହେବା ଆଗରୁ ବିମାନକୁ ସଠିକ୍ ସମୟରେ ରୋକିପାରିଥିଲେ ପାଇଲଟ । ଏହାପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ ।

Post Views: 79
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In