ଭୁବନେଶ୍ୱର : ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ପୀୟୂଷ । ଯାତ୍ରା କରି ଭୁଲ ହୋଇଛି କିନ୍ତୁ ବଡ଼ ଅପରାଧ କରିନି ବୋଲି ପ୍ରେସମିଟରେ କହିଛନ୍ତ ପୀୟୂଷ । ତେବେ କଲାକାରଙ୍କୁ ମଂଚଠୁ ଦୂରେଇ ରଖିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ବୋଲି କହିଲେ ପୀୟୂଷ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଯାଏ କୋର୍ଟଙ୍କ ନୋଟିସ ପାଇନି, ପାଇବା ଯାଏ ଅପେକ୍ଷା କରିବି । ୬ମାସର ବ୍ୟବଧାନ ପରେ ଗତ ୬ ତାରିଖରେ ‘ଯାତ୍ରା ସିଂହବାହିନୀ’ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ ‘ତୁ ମୋ ବଜରଙ୍ଗୀ’ ନାଟକ ମାଧ୍ୟମରେ ମଞ୍ଚକୁ ଓହ୍ଲାଇଥିଲେ । କିନ୍ତୁ ଏହାପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଅଭିଯୋଗ କରିଥିଲେ ଯେ, ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି। ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପିୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ନୋଟିସ ପରେ ତେଜିଥିଲା ଯାତ୍ରା କଳାକାର-ମାଲିକ ବିବାଦ। ଗତ ବର୍ଷ ଅର୍ଥ ହେରଫେର ଓ ଚୁକ୍ତିରେ ଖିଲାପ କରିଥିବାରୁ ଯାତ୍ରା ମାଲିକ ସଂଘ ତାଙ୍କ ଉପରେ ଏକ ବର୍ଷ ପାଇଁ ବ୍ୟାନ କରିଥିଲେ ।
