ଯାଜପୁର ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ପଡ଼ିଆରେ ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳିତ ହୋଇଅଛି । ଏହି ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ଲାଟିନିୟମ ଜୁବୁଲି ଉତ୍ସବ ଟିକୁ ଉଦ୍ଘାଟିତ କରିଥିଲେ । ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ଉତ୍ସବ ରେ ଯୋଗ ଦାନ କରିଥିଲେ। ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାପନା କମୁଛି ଏହା କିପରି ଭାବେ ଯୋଜନା ଅନୁଯାୟୀ କାର୍ଯକାରୀ ହେଇପାରିବ ତାହା ନେଇ ମନ୍ତବ୍ୟ ରଖିଥିଲେ ଶିକ୍ଷାମନ୍ତ୍ରୀ ।

କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ ସହିତ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଯୋଗଦାନ କରିଥିଲେ । ମଞ୍ଚ ଉପରେ ସିଦ୍ଧାନ୍ତ ଙ୍କ କଣ୍ଠ ସ୍ୱର ରେ ଛାତ୍ର ଛାତ୍ରୀ ମାନେ ବେଶ୍ ଝୁମିଥିଲେ ।
