• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ବିକିଙ୍କ ଫିଲ୍ମ ଛାବା, ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ

by Voice of Victims
March 25, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ବିକିଙ୍କ ଫିଲ୍ମ ଛାବା, ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ

ନୂଆଦିଲ୍ଲୀ: ବିକି କୌଶଲଙ୍କ ଫିଲ୍ମ ଛାବା ରିଲିଜ ହେବାର ୪୦ ଦିନ ପୂରଣ ହେବା ପରେ ମଧ୍ୟ କ୍ରେଜ କମିନି । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ମଧ୍ୟ ସାରା ବିଶ୍ଵରେ ପ୍ରାୟ ୮୦୦ କୋଟିରେ ପହଞ୍ଚିବ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହାର ପ୍ରଶଂସା କରିଥିବା ବେଳେ ଏବେ ଫିଲ୍ମର ସ୍କ୍ରିନିଂ ସଂସଦ ଗୃହରେ ହେବାକୁ ଯାଉଛି ।

ବିକି ଲୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ । କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ବିକିଙ୍କ ସମେତ ଛାବାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି । ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ ।

ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରିଥିଲେ । ସେ କହିଥିଲେ ‘ମହାରାଷ୍ଟ୍ର ଏବଂ ମୁମ୍ବାଇ ହିଁ ମରାଠୀ ସିନେମା ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତା ଦେଇଛି । ବର୍ତ୍ତମାନ ଛାବାର କ୍ରେଜ୍ ବଢିଛି । ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉତେକର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୩୮ ଦିନ ମଧ୍ୟରେ ଭାରତରେ ୫୮୩.୨୫ କୋଟି ଟଙ୍କା ଆୟ କରିଛି । ବିଶ୍ବବ୍ୟାପୀ ଫିଲ୍ମ ୭୮୫.୫୦ କୋଟି ଟଙ୍କା ଆୟ କରିଛି ।

ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ  ଛାଭା  ମରାଠା ଶାସକ ଛତ୍ରପତି ସମ୍ଭାଜୀ ମହାରାଜ ଏବଂ ତାଙ୍କ ପତ୍ନୀ ମହାରାଣୀ ୟେସୁବାଇଙ୍କ ଉପରେ ଆଧାରିତ ହୋଇଛି । ବିକି କୌଶଲ ଛତ୍ରପତି ଶିବାଜୀଙ୍କ ପୁଅ ସମ୍ଭାଜୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି  ।  ଅଭିନେତା ଅକ୍ଷୟ ଖାନ୍ନା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।  ଏହି ଚଳଚ୍ଚିତ୍ରଟିର ଭବ୍ୟ ସେଟ୍, ବୀରତ୍ୱର କାହାଣୀ ଏବଂ ଏକ ଉତ୍କୃଷ୍ଟ କଳାକାର ସହିତ, ବିବାଦରେ ମଧ୍ୟ ଫସି ରହିଥିଲା । ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In