• About Us
  • Contact Us
Monday, February 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨ଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ, ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ଶଙ୍କର ପୃଷ୍ଟି

by Voice of Victims
October 17, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
୨ଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ, ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ଶଙ୍କର ପୃଷ୍ଟି

ଭୁବନେଶ୍ୱର : ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିଲା ବଡ଼ କ୍ରାଇମ ସିଣ୍ଡିକେଟ୍ । SI ନିଯୁକ୍ତି ପରୀକ୍ଷା ଜାଲିଆତି ତଦନ୍ତରୁ ହୋଇଛି ପର୍ଦ୍ଦାଫାସ । ଜଣା ପଡ଼ିଛି, ଦୁଇଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ । ଗୋଟିଏ ବିଜୟନଗରମ ମଡୁଲ ଓ ଅନ୍ୟଟି ଦୀଘା ମଡୁଲ । ଦୁଇଟି ମଡ୍ୟୁଲକୁ ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି । ବିଜୟନଗରମ ମଡ୍ୟୁଲ ଦାୟିତ୍ବରେ ଥିବା ମୁନା ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଦୀଘା ମଡୁଲର ନେତୃତ୍ବ ନେଉଥିଲା ଅରବିନ୍ଦ ଦାସ ପୂର୍ବରୁ ଗିରଫ ହୋଇସାରିଛି । ମୁନ୍ନା ସହ ଆଜି ଗିରଫ ହୋଇଛନ୍ତି ଆଉ ତିନିଜଣ । ସେଥିରୁ ଜଣେ ମୁନାର ସହଯୋଗୀ ଶ୍ରୀକାନ୍ତ ମହାରଣା । ପ୍ରମାଣ ନଷ୍ଟ ସହ ମୁନାକୁ ଲୁଚାଇ ରଖିବାରେ ସହଯୋଗ ପାଇଁ ଗିରଫ ହୋଇଛି, ଦଶପଲ୍ଲା ଅଂଚଳର ଅଭିମନ୍ୟୁ ଦୋରା। ଏହାସହ ଆଶାୟୀ ପରୀକ୍ଷାର୍ଥୀ ଓ ତାଙ୍କ ପରିବାର ସହ ଯୋଗାଯୋଗ କରୁଥିବା ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ସାମଲ ଗିରଫ ହୋଇଛିି।କ୍ରାଇମବ୍ରାଞ୍ଚର ସୂଚନା ମୁତାବକ, ବିଜୟନଗରମକୁ ୧୧୪ ଓ ଦୀଘାକୁ ୧୧୦ ଆଶାୟୀ ଛାତ୍ରଛାତ୍ରୀଙ୍କୁ Institute ଯୋଜନା ହୋଇଥିଲା । ଅକ୍ଟୋବର ୩୦ରେ ଦୀଘା ଯାଇଥାନ୍ତେ ୧୧୦ ପରୀକ୍ଷାର୍ଥୀ ।

୨୯ରେ ବିଜୟନଗର ଯିବା ସମୟରେ ୧୧୪ ଜଣ ଧରାପଡିବା ପରେ ଆଉ କେହି ଦୀଘା ଗଲେ ନାହିଁ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଫୋକସରେ ଶଙ୍କର ପୃଷ୍ଟି । ବର୍ତ୍ତମାନ ସେ ଦିଲ୍ଲୀ ଛାଡି ଦେଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । କିନ୍ତୁ ସେ ଖୁବ ଶୀଘ୍ର ଧରାପଡିବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ଏ ପର୍ଯ୍ୟନ୍ତ ୧୨୧ ଜଣ ଗିରଫ ହୋଇଛନ୍ତି । ପ୍ରଶ୍ନପତ୍ର ଲିକ୍ କ୍ରାଇମ ସିଣ୍ଡିକେଟ୍ ରେ ବାହାର ରାଜ୍ୟର କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି ।

Post Views: 59
Share201Tweet126Send
Voice of Victims

Voice of Victims

Recent Posts

  • ମେକ୍ସିକୋରେ ହିଂସା; ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍‌ଭାଇଜାରି
  • ଆସନ୍ତା ୩ ତାରିଖ ଦୋଳ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ
  • ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ
  • ପାରାଦୀପ ହେବ ସ୍ପୋର୍ଟସ୍ ହବ୍
  • ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In