• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା, ଆସୁନି ସୁଧାର

by Voice of Victims
February 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା, ଆସୁନି ସୁଧାର

ପୁରୀ (ଭିଓଭି): ଶ୍ରୀମନ୍ଦିର ସଂସ୍କାର ପାଇଁ ସରକାର ଯେତେ ଯାହା ଯୋଜନା କଲେ ବି, କେତେକ ଜିଦ୍‌ଖୋର ଏବଂ ଅହଂକାରୀ ସେବକ ମାନଙ୍କ ଯୋଗୁଁ ଶୃଙ୍ଖଳିତ ହୋଇ ପାରୁନି ଶ୍ରୀମନ୍ଦିର ବ୍ୟବସ୍ଥା । ବାରମ୍ବାର ଘଟୁଛି ବିଶୃଙ୍ଖଳା । ଗତ ରବିବାର ଦିନ ଶ୍ରୀମନ୍ଦିରରେ ପୁଣି ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ପ୍ରଥମେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ହେବ ନା ସଂଧ୍ୟା ଆଳତୀ ନୀତି ହେବ! ତୁଟି ପାରିଲାନି ନିର୍ଣ୍ଣୟ । ଶ୍ରୀମନ୍ଦିରର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଲାଗିଗଲା ବିବାଦ । ଏହାକୁ ନେଇ ସୃଷ୍ଟି ହେଲା ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା । ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ଫରିଲେ । ନଷ୍ଟ ହେଲା ପ୍ରାୟ ୧୨ ହଜାର ଲୋକ ଖାଇଲା ଭଳି ମହାପ୍ରସାଦ । ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ । ହୋଇ ପାରିଲାନି ପହୁଡ଼ ।
ଘଟଣାରୁ ପ୍ରକାଶ ଯେ, ରବିବାର ସମୟ ଅପରାହ୍ଣ ୪ ଟା ୩୫ ହେବ । ମହାପ୍ରଭୁଙ୍କ ଦର୍ଶନ ଏବଂ ନୀତିକାନ୍ତି ସ୍ୱାଭାବିକ ଚାଲିଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ପାଇଁ ଭୋଗ ମଣ୍ଡପ ଘରେ ଅବଢ଼ା ରଖା ସରିଥିଲା । ପୂଜା ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । ହଠାତ୍ ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବାର ଦେଖା ଯିବାରୁ, ସଙ୍ଗେ ସଙ୍ଗେ ସମସ୍ତ ପ୍ରକ୍ରିୟା ବନ୍ଦ କରି ମହାପ୍ରଭୁଙ୍କ ମହାସ୍ନାନ କରାଯିବାର ପ୍ରସ୍ତୁତି ଆରମ୍ଭ ହେଲା । ମହାସ୍ନାନ ସରିବା ବେଳକୁ ସଂଧ୍ୟା ଆଳତି ସମୟ ଉପସ୍ଥିତ ହେଲାଣି । ସିଂହାରୀ ସେବକ ଅଡ଼ି ବସିଲେ ପ୍ରଥମେ ସଂଧ୍ୟା ଆଳତୀ ନୀତି ହେବା ପରେ ଭୋଗ ମଣ୍ଡପ ପୂଜା ହୋଇ ଅବଢ଼ା ବାହାରିବ । ଏପଟେ ସୁଆର-ମହାସୁଆର ସେବକଙ୍କ ଦାବି, ପ୍ରଚଳିତ ନୀତି ପ୍ରଥା ଅନୁସାରେ ପ୍ରଥମେ ୨ୟ ଭୋଗ ମଣ୍ଡପ ପୂଜା ସରିବା ପରେ ସଂଧ୍ୟା ଆଳତୀ ନୀତି ହେବ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଏମିତି ତୀବ୍ର ରୂପ ନେଲା ଯେ, କୌଣସି ବି ନୀତି ହୋଇ ପାରିଲା ନାହିଁ । ଏପରିକି, ମହାପ୍ରଭୁଙ୍କ ପହଡ ନୀତି ବି ସମ୍ପନ୍ନ ହୋଇ ପାରିଲା ନାହିଁ । ଶ୍ରୀମନ୍ଦିର ପ୍ରଥା ଅନୁସାରେ ସିଂହାରୀ ସେବକଙ୍କ ଦ୍ୱାରା ବେଶ ନ ବଢ଼ିବା ଯାଏ କୌଣସି ପୂଜା ନୀତି ଅନୁଷ୍ଠିତ ହୋଇ ପାରିବ ନାହିଁ । ତେଣୁ ସିଂହାରୀ ସେବକ ମହାପ୍ରଭୁଙ୍କୁ ବେଶ ନକରି ନିଜ ଜିଦ୍ ରେ ଅଟଳ ରହିଲେ । ଶେଷରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏବଂ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ହସ୍ତକ୍ଷେପ ଫଳରେ ପ୍ରାୟ ୩ ଘଂଟା ବିଳମ୍ବରେ ନୀତି ସ୍ୱାଭାବିକ ହୋଇ ରାତି ୧୧ଟା ୩୫ ମିନିଟ୍ ରେ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସଂଧ୍ୟା ଆଳତୀ ନୀତି ସମ୍ପନ୍ନ ହୋଇଥିଲା । କିନ୍ତୁ ସେପଟେ ଅବଢ଼ା ବାହାରିବାକୁ ଅପେକ୍ଷା କରି ଭକ୍ତଙ୍କ ଦୁର୍ଦ୍ଦଶା ସବୁ ଚରମ ସୀମା ଟପି ଯାଇଥିଲା । ବିହାହ, ବ୍ରତଘର, ଜନ୍ମଦିନ, ଦଶାହ ଆଦି କାର୍ଯ୍ୟ ପାଇଁ ମହାପ୍ରସାଦ ବରାଦ କରିଥିବା ଲୋକମାନେ ଘରେ ଅତିଥିଙ୍କୁ ବସାଇ ମହାପ୍ରସାଦକୁ ଅପେକ୍ଷା କରି ଅସହାୟ ହୋଇ ପଡିଥିଲେ । ଅତି ବିଳମ୍ବ ହେବାରୁ ଅତିଥିମାନେ ବି ଫେରି ଯାଇଥିଲେ । ବରାଦ କରିଥିବା ଲୋକ ମାନେ ତ ଅବଢ଼ା ନେଲେନି, ଆମେ ୧୨ଟା ରାତିରେ ଅବଢ଼ା ନେଇ କ’ଣ କରିବୁ ବୋଲି ପ୍ରଶ୍ନ କରି ମହାସୁଆର ସେବକ ମାନେ ଭୋଗ ମଣ୍ଡପ ଘରୁ ଆଉ ଅବଢ଼ା ନ ନେଇ ଛାଡି ଚାଲିଯାଇଥିଲେ । ଶେଷରେ ପରାଶାସନିକ ଅଧିକାରୀ ମାନେ ପହଁଚି ବୁଝାସୁଝା କରି କ୍ଷତି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଯାଇ ଭୋଗ ମଣ୍ଡପ ଘରୁ ପରଦିନ ଅବଢ଼ା ବାହାର କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରେ ନୀତି ସବ୍‌କମିଟି, ଛତିଶାନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ସମସ୍ତ ନୀତିକାନ୍ତି ନିର୍ଘଂଟ କରାଯାଇଥାଏ । ୨୦୧୯ ମସିହାରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ସମୟାନୁବର୍ତିତା ରକ୍ଷା ପାଇଁ କରାଯାଇଥିବା ଚିଠି ଅନୁସାରେ ନୀତି ପାଳନରେ ଖିଲାପ କଲେ ସଂପୃକ୍ତ ସେବାୟତଙ୍କ ପାଳିଆ ପୁରସ୍କାର କାଟିବା ଭଳି ଦୃଢ଼ ପଦକ୍ଷେପ ନେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆଜି ଯାଏ ପାଳନ କରାଯାଉ ନାହିଁ । କେତେକ ଅହଂକାରୀ ସେବକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଭଳି ବିଶୃଙ୍ଖଳାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

Post Views: 163
Tags: Policy chaos in temple
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In