• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ପୂଜା , ଗୁଣିଗାରେଡ଼ି ସନ୍ଦେହ

by Voice of Victims
January 5, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା
୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ପୂଜା , ଗୁଣିଗାରେଡ଼ି ସନ୍ଦେହ

କାମାକ୍ଷାନଗର (ଭିଓଭି): ଏବେ ବି ବିଜ୍ଞାନ ଯୁଗରେ ଚାଲିଛି ତନ୍ତ୍ର ମନ୍ତ୍ର ବିଦ୍ୟା ସାଧନା। ମଣିଷ ବିଶ୍ୱାସ କରୁଛି ଅନ୍ଧବିଶ୍ୱାସକୁ। ୬ ମାସ ତଳେ ମୃତ୍ୟୁ ହୋଇଥିବା ଏକ ବୃଦ୍ଧା ମହିଳାଙ୍କ ମୃତ ଶରୀରକୁ ପୋତା ହୋଇଯାଇଥିଵା ଏକ ଗାତରୁ ଉଦ୍ଧାର କରାଯାଇଛି। ଶବର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ତନ୍ତ୍ର ସାଧନା ପାଇଁ ବୃଦ୍ଧାଙ୍କୁ ଗାତରୁ ବାହାର କରାଯାଇଥିବା ସନ୍ଦେନ୍ଦ ହେଉଛି। ଏଭଳି ଏକ ଅନ୍ଧବିଶ୍ୱାସ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମରେ । ମୃତ ବୃଦ୍ଧା ହେଲେ ଦ୍ରୌପଦୀ ନାଥ।  ଗତ ଜୁନ ମାସ ୧୬ ତାରିଖ ଶୁକ୍ରବାର ସଂଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ସୂଚନା ଅନୁସାରେ ସେମାନେ ରାମିଆଳ ନଦୀ କୂଳରେ ଥିବା ତାଙ୍କ ଜମିରେ ଯଥା ରୀତିନୀତି ଅନୁଯାୟୀ ବୃଦ୍ଧା ମହିଳାଙ୍କୁ ଗାତ ଖୋଳି ପୋତି ଦେଇଥିଲେ। ଆଜି ସକାଳୁ ପୋତା ହୋଇଥିବା ସ୍ଥାନ ନିକଟରେ ଗାତ ଖୋଳି ବୃଦ୍ଧାଙ୍କ ମୁଣ୍ଡ ବାହାର କରି ଧୂପକାଠି, ସିନ୍ଦୂର,ନୂଆ ଗାମୁଛା, ଅରୁଆ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇଥିଲେ। କେଉଁ ଉଦ୍ଦେଶ୍ୟରେ ଏବଂ କିଏ କାହିଁକି ୬ ମାସ ତଳୁ ପୋତା ହୋଇଥିବା ମୃତ ବୃଦ୍ଧାଙ୍କ ମୁଣ୍ଡ ବାହାର କରି ପୂଜାର୍ଚ୍ଚନା କରିଛି ତାହା ସନ୍ଦେହ ଘେରରେ। କେହି ତନ୍ତ୍ର ସାଧନା ପାଇଁ ଏପରି କରିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ଓ ଗ୍ରାମବାସୀ ଏଥିରେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ପୋଲିସ ତୁରନ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରୁଥିବା ବେଳେ ଏ ସମ୍ପର୍କରେ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।

Post Views: 48
Tags: Pooja removed the dead body of a 6-month-old woman
Share201Tweet126Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In