• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କାଙ୍ଗାଳ ପାକିସ୍ତାନର ଖୋଲିଲା ପୋଲ୍: ସହଯୋଗୀ ଦେଶଙ୍କୁ ମାଗିଲା ଭିକ

by Voice of Victims
May 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
କାଙ୍ଗାଳ ପାକିସ୍ତାନର ଖୋଲିଲା ପୋଲ୍: ସହଯୋଗୀ ଦେଶଙ୍କୁ ମାଗିଲା ଭିକ

ନୂଆଦିଳ୍ଲୀ: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଆକ୍ତାମାକ୍ତା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ଏବେ ପାକ୍‌ ଆତଙ୍କିତ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ନିଦ ହଜିଛି । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି । ଭାରତର ଆକ୍ରମଣରେ ଏବେ ପାକିସ୍ତାନରେ ହାହାକାର ସ୍ଥିତି । 

ବର୍ତ୍ତମାନ ପାକିସ୍ତାନର ସ୍ଥିତି ଏତେ ଖରାପ ଯେ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ସହଯୋଗୀ ଦେଶଙ୍କ ପାଖରେ ହାତ ପତାଇଛି ପାକିସ୍ତାନ । ପାକିସ୍ତାନ ଆର୍ଥିକ ମନ୍ତ୍ରଣାଳୟ ସୋସିଆଲମିଡିଆ ଏକ୍ସରେ ଏକ ପୋଷ୍ଟ କରିଛି । ଏହି ପୋଷ୍ଟରେ ଲେଖାଅଛି କି, ପାକିସ୍ତାନ ଉପରେ ଭାରତର ଆକ୍ରମଣ ପାଇଁ ବିଶ୍ୱ ବ୍ୟାଙ୍କଠାରୁ ପାକିସ୍ତାନ ଆର୍ଥିକ ଋଣର ସହଯୋଗ ଚାହୁଛି । ପାକିସ୍ତାନର କହିବାନୁସାରେ ବଢୁଥିବା ଯୁଦ୍ଧ ଆଉ ନିମ୍ନଗାମୀ ଶେୟାର ବଜାର ଭିତରେ ଅନ୍ତର୍ଜାତୀୟ ସମୁଦାୟ ତାଙ୍କୁ ସହଯୋଗ କରନ୍ତୁ । 

ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ବାହାର କରିବା ପାଇଁ ଆଜି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ବୈଠକ ହେବ । ଭାରତ ଆଇଏମଏଫର ଅଂଶ ହେବା କାରଣରୁ ଏହି ବୈଠକରେ ସାମିଲ ହେବ । ଆଉ ପାକିସ୍ତାନର ଆତଙ୍କୀ ଚେହେରାକୁ ସର୍ବସମ୍ମୁଖରେ ଖୋଲିବ । ଚର୍ଚ୍ଚା ହେଉଛି କି ଚୀନ ଓ ଆମେରିକା ଯଦି ପାକିସ୍ତାନକୁ ସମର୍ଥନ କରନ୍ତି ତେବେ ପାକିସ୍ତାନକୁ ଫଣ୍ଡ ମିଳିପାରେ । ହେଲେ ଚୀନ ପାକିସ୍ତାନକୁ ସମର୍ଥନ କରୁନଥିବା କହିବା ପରେ କଣ ହେବ ତାହା କହିବା ମୁସକିଲ । ହେଲେ ପାକିସ୍ତାନକୁ ଫଣ୍ଡ ଦେବା ଅର୍ଥ ଆତଙ୍କବାଦକୁ ପ୍ରଶ୍ରୟ ଦେବା, ଯାହା ଦୁଇ ଦେଶ ବହୁତ ଭଲ ଭାବେ ଜାଣିଛନ୍ତି । 

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଗତ ୬ ତାରିଖ ରାତିରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଆଉ ଏହି ଅପରେସନ ଜରିଆରେ ଏୟାର ଷ୍ଟ୍ରାଇକ କରି  ଭାରତ ପାକିସ୍ତାନ ଓ ପିଓକରେ ଥିବା ବିଭିନ୍ନ ଆତଙ୍କୀ ଆଡ୍ଡାକୁ ଉଡ଼ାଇ ଦେଇଥିଲା । ଏଥିରେ ୧୦୦ ଆତଙ୍କୀ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ପାକିସ୍ତାନ ଭାରତର କିଛି ସ୍ଥାନକୁ ଟାର୍ଗେଟ କରି ମିସାଇଲ ମାଡ କରିବାକୁ ଉଦ୍ୟମ କରିଥିଲା ଆଉ ବିଫଳ ହୋଇଥିଲା । ପାକିସ୍ତାନର ଏହି ସୈତାନୀ ଷଡଯନ୍ତ୍ରକୁ ବିଫଳ କରିଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ । 

ଏହାପରେ ଭାରତ ଏହି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ପାକିସ୍ତାନର ବିଭିନ୍ନ ସ୍ଥାନରେ ଡ୍ରୋନ ଆଟାକ୍ କରିଥିଲା । ଯେଉଁଥିରେ କରାଚିରେ ଥିବା ତାଙ୍କର ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ ହୋଇଯାଇଥିଲା । ଏହାପରେ ରାତି ତମାମ ପାକିସ୍ତାନ ଯେତେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲା । ହେଲେ ଭାରତ ପାକିସ୍ତାନ ଭିତରେ ପଶି ମୁହଁତୋଡ଼ ଜବାବ ଦେଇଥିଲା । ଆଉ ଏକାଧିକ ସହରକୁ ଧ୍ୱଂସ କରିଦେଇଥିଲା । 

Post Views: 50
Share202Tweet126Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In