ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ଆତଙ୍କୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ।
ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି । ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା । ଆତଙ୍କୀଙ୍କ ସବିଶେଷ ତଥ୍ୟ ଦେଲେ ୨୦ ଲକ୍ଷ ଦେବାକୁ ଘୋଷଣା କରାଯାଇଥିବା ବେଳେ ଖବର ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ବୋଲି କୁହାଯାଇଛି ।

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ୯ଟି ଆତଙ୍କୀ ଶିବିରକୁ ଧ୍ବଂସ କରିଥିଲା । ପାକିସ୍ତାନ ମଧ୍ୟ ଏହାର ଜବାବରେ ଭାରତର ଅନେକ ସହରକୁ ଟାର୍ଗେଟ କରିଥିଲା । କିନ୍ତୁ ଭାରତୀୟ ସେନା ଏହି ଆକ୍ରମଣକୁ ଅସଫଳ କରିବାରେ ସକ୍ଷମ ହୋଇଥିଲା ।
ଗତ ମାସରେ ପହଲଗାମର ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ।
ବୈସରନ ଆକ୍ରମଣରେ ସମ୍ପୃକ୍ତ ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ଏହି ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କ ନାମ ଆଦିଲ ଅହମ୍ମଦ ଠାକୁର ଏବଂ ଆସିଫ ଶେଖ ବୋଲି କୁହାଯାଇଛି। ଏହି ଆତଙ୍କବାଦୀମାନେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ AK-୪୭ ସହିତ ଲଗାତାର ଗୁଳି ଚଳାଇଥିଲେ ।
