• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ହାଇ ଜମ୍ପ୍‌ରେ ପ୍ରବୀଣଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ

by Voice of Victims
September 6, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ହାଇ ଜମ୍ପ୍‌ରେ ପ୍ରବୀଣଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ

Praveen Kumar of India celebrates after winning high jump gold at Paris Paralympics 2024 | Reuters

ପ୍ୟାରିସ୍‌: ପ୍ୟାରିସ୍ ପାରାଲିମ୍ପିକ୍ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି। ଶୁକ୍ରବାର ପୁରୁଷ ହାଇ ଜମ୍ପ୍ ଟି୬୪ ବର୍ଗରେ ଭାରତୀୟ ପାରା ଆଥ୍‌ଲେଟ୍ ପ୍ରବୀଣ କୁମାର (ଟି୪୪) ଏସୀୟ ରେକର୍ଡ ଭଙ୍ଗକରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ୟାରିସ୍ ପାରାଲିମ୍ପିକ୍‌ରେ ଏହା ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ। ପ୍ରଥମ ଥର ପାଇଁ ଭାରତ ପାରାଲିମ୍ପିକ୍ ଗେମ୍ସରେ ୬ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ଭାରତ ଟୋକିଓରେ ୫ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲା। ୨୧ ବର୍ଷୀୟ ପ୍ରବୀଣ ୨.୦୮ ମିଟର ବେଷ୍ଟ ଜମ୍ପ୍ ସହ ସ୍ୱର୍ଣ୍ଣ ପଦକ କବ୍‌ଜା କରିଛନ୍ତି। ଏହି ଇଭେଣ୍ଟ୍‌ରେ ଆମେରିକାର ଡେରେକ୍ ଲକିଡେଣ୍ଟ୍ (୨.୦୬ ମି.) ରୌପ୍ୟ ଏବଂ ଉଜ୍‌ବେକିସ୍ତାନର ଟେମୁରବେକ୍ ଗିଆଜୋଭ୍ (୨.୦୩ ମି.) ବ୍ରୋଞ୍ଜ୍ ପଦକ ନିଜ ନାମରେ କରିଛନ୍ତି। ପ୍ରବୀଣଙ୍କ ସ୍ୱର୍ଣ୍ଣ ସହ ପ୍ୟାରିସ୍ ପାରାଲିମ୍ପିକ୍‌ରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ସୁଦ୍ଧା ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ ବ୍ରୋଞ୍ଜ୍ ପଦକ ଜିତିସାରିଛି। ୨୬ ପଦକ ସହ ଭାରତ ପଦକ ତାଲିକାର ୧୪ଶ ସ୍ଥାନରେ ରହିଛି। ଚଳିତ ଗେମ୍ସରେ ଆଥ୍‌ଲେଟିକ୍ସରେ ଏହା ଭାରତର ୧୪ଶ ପଦକ। ପାରାଲିମ୍ପିକ୍ ଗେମ୍ସରେ ଭାରତ ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୋକିଓ ପାରାଲିମ୍ପିକ୍‌ରେ ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଜ୍ ସହ ମୋଟ ୧୯ ପଦକ ଜିତି ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ପାରା -ଆଥ୍‌ଲେଟ୍ ମୁରଲୀକାନ୍ତ ପାଟକର ୧୯୭୨ ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ମୁରଲୀକାନ୍ତ ପାଟକର ସେହି ଖେଳାଳି, ଯାହା ଜୀବନୀ ଉପରେ ନିକଟରେ ‘ଚନ୍ଦୁ ଚାମ୍ପିଅନ୍‌’ ଫିଲ୍ମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଣ୍ଣ ପଦକ ଜିତିବା ନେଇ ପ୍ରବୀଣଙ୍କୁ ବଧେଇ ଜଣାଇଛନ୍ତି। ଏକ୍ସ’ରେ ସେ ଲେଖିଚନ୍ତି, ନୂଆ ଉଚ୍ଚତାକୁ ଛୁଇଁବା ଏବଂ ଉଚ୍ଚ ଡିଆଁ (ହାଇ ଜମ୍ପ୍‌) ଟି୬୪ରେ ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ପ୍ରବୀଣ କୁମାରଙ୍କୁ ବଧେଇ। ତାଙ୍କର ଦୃଢ଼ ସଙ୍କଳ୍ପ ଏବଂ ଦୃଢ଼ତା ଆମ ଦେଶକୁ ଗୌରବାନ୍ୱିତ କରିଛି। ତାଙ୍କୁ ନେଇ ଭାରତ ଗର୍ବିତ।

Post Views: 42
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In