• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗର୍ଭବତୀ ମରାଠା ବାଘୁଣୀ : ସେପ୍ଟେମ୍ବର ମାସରେ ମା’ ହେବ ଜିନ୍ନତ

by Voice of Victims
July 2, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଗର୍ଭବତୀ ମରାଠା ବାଘୁଣୀ : ସେପ୍ଟେମ୍ବର ମାସରେ ମା’ ହେବ ଜିନ୍ନତ

ଭୁବନେଶ୍ୱର: ସଫଳ ହେବାକୁ ଯାଉଛି ବନ ବିଭାଗର ପ୍ରୟାସ । ମା’ ହେବ ଜିନ୍ନତ । ସେପ୍ଟେମ୍ବରରେ ପ୍ରସବ କରିବ ଶିମିଳିପାଳରେ ଥିବା ବାଘୁଣୀ । କଳା ମହାବଳ ଟି-୧୨ ସହ ସମ୍ପର୍କରେ ଆସି ବାଘୁଣୀ ଜିନ୍ନତ ମା’ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବନ ବିଭାଗ । ଗତମାସ କଳା ମହାବଳ ସହ ଜିନ୍ନତର ସମ୍ପର୍କକୁ ଟ୍ରାକ୍ କରାଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ରର ତାଡ଼ୋବାରୁ ଓଡ଼ିଶାର ଶିମିଳିପାଳ ଆସିଥିଲା ବାଘୁଣୀ ଜିନ୍ନତ । ମେ’ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡ଼ାଯିବା ପରେ କେବଳ ନିଜ ବାସସ୍ଥାନ ବାଛିନି ଜିନ୍ନତ ବରଂ ମା’ ମଧ୍ୟ ହୋଇଛି । କୋର ଅଞ୍ଚଳକୁ ଛଡ଼ାଯିବା ପରେ ଶିମିଳିପାଳ ଅଭୟାରଣ୍ୟର ଜମୁନାଗଡ଼ରୁ ଗୁଡ଼ଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜ ବାସସ୍ଥଳୀ ରୂପେ ବାଛିଥିଲା ଜିନ୍ନତ । 

ପୂର୍ବରୁ ଶିମିଳିପାଳରେ ଛଡ଼ାଯିବା ପରଠାରୁ ଅନେକ ଚର୍ଚ୍ଚା ସାଉଁଟିଥିଲା ବାଘୁଣୀ । ଶିମିଳିପାଳ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ଯାଇଥିଲା । ଆଉ ଏକ ନାଟକୀୟ ଢଙ୍ଗରେ ଧରାହୋଇ ପୁଣି ଶିମିଳିପାଳ ଫେରିଥିଲା । ପ୍ରଥମେ ସଫ୍ଟ ଏନକ୍ଲୋଜର ପରେ ବଡ଼ ଆବଦ୍ଧ ଅଞ୍ଚଳ ଆଉ ତା’ପରେ ଜଙ୍ଗଲକୁ ଛଡ଼ାଯାଇଥିଲା । ଏବେ ଜିନ୍ନତ ମା’ ହେବା ବନ ବିଭାଗ ପାଇଁ ବଡ଼ ସଫଳତା । ଶିମିଳିପାଳରେ ବାଘ ବଂଶ ବିସ୍ତାର କରିବା ଲକ୍ଷ୍ୟରେ ପ୍ରଥମେ ଯମୁନା ଓ ପରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । ଆଉ ଏବେ ସେପ୍ଟେମ୍ବରରେ ମା’ ହେବ ସାଢ଼େ ୩ ବର୍ଷିୟା ମରାଠା ବାଘୁଣୀ ଜିନ୍ନତ। ତେବେ ବାଘୁଣୀ ମା’ ହେବା ନେଇ ସ୍ପଷ୍ଟ ହେବା ପରେ ତା’ର ଗତିବିଧି ଉପରେ ନଜର ରଖାଯାଇଛି । ବେକରେ ବନ୍ଧାଯାଇଥିବା ସ୍ବତନ୍ତ୍ର ରେଡ଼ିଓ କଲାର ମାଧ୍ୟମରେ ସାଟେଲାଇଟ୍ ଟ୍ରାକିଂ କରାଯାଉଥିବାବେଳେ ଘଞ୍ଚ ଜଙ୍ଗଲରେ ଥିବା ସମୟରେ ଏଥିରେ ଖଞ୍ଜା ଯାଇଥିବା ଏଏଚଏଫ୍‌ ମେସିନ୍ ସାହାଯ୍ୟରେ ତା’ର ଗତିବିଧି ସମ୍ପର୍କରେ ତଥ୍ୟ ଦେଉଛି । ତେବେ ଜିନ୍ନତର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଏକ ଡାକ୍ତରୀ ଦଳ ବି ନିୟୋଜିତ ଅଛନ୍ତି ।  

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In