• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

by Voice of Victims
September 15, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ଦେଶରେ ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ଏହି ଗଣନା ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନକରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ରବିବାର ଏସମ୍ପର୍କରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏସମ୍ପର୍କରେ ସୂଚନା ମିଳିଛି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଦେଶରେ ଜନଗଣନା କରାଯିବ, କିନ୍ତୁ ଜାତିଗତ ଗଣନା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି। ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ଏହି କ୍ରମରେ ୨୦୨୧ରେ ଜନଗଣନା ହେବା କଥା। କିନ୍ତୁ କରୋନା ମହାମାରୀ ଯୋଗୁଁ ସେବର୍ଷ ଜନଗଣନା ହୋଇପାରିନଥିଲା। ଏବେ ମୋଦୀ ସରକାର ନିଜର ୩ୟ କାର୍ଯ୍ୟକାଳରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହି ଗଣନା ପ୍ରକ୍ରିୟା ଅନ୍ତର୍ଗତ ଜାତିଗତ ଜନଗଣନା କରାଯିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଫଳରେ ଏତର ଜନଗଣନାରୁ ଜାତିଗତ ଜନଗଣନାକୁ ବାଦ୍ ଦିଆଯାଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରକାଶ, ଏହି ଜନଗଣନା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଉଛି। ପ୍ରକାଶ, ପ୍ରଥମ ଥର ପାଇଁ ଦେଶରେ ଜନଗଣନା ପ୍ରକ୍ରିୟା ଡିଜିଟାଲାଇଜେସନ୍ ଗଣନାଭିତ୍ତିକ ହେବ। ଯାହା ମାଧ୍ୟମରେ ନାଗରିକମାନେ ନିଜ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାର ସୁଯୋଗ ପାଇବେ। ଏଥିପାଇଁ ଜନଗଣନା କର୍ତ୍ତୃପକ୍ଷ ଏକ ସ୍ୱୟଂ ଗଣନା ପୋର୍ଟାଲ ପ୍ରସ୍ତୁତ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ହିତାଧିକାରୀ ନିଜେ ନିଜର ଗଣନା ସମୟରେ ବାଧ୍ୟତାମୂଳକ ଭାବେ ଆଧାର କିମ୍ବା ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ସୂଚନାଯୋଗ୍ୟ, ପ୍ରତି ୧୦ ବର୍ଷରେ ଥରେ ଦେଶବ୍ୟାପୀ ଜନଗଣନା କରିବା କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କାରଣ ଏହି ପରିସଂଖ୍ୟାନ ଉପରେ ହିଁ ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିବାରୁ ବର୍ତ୍ତମାନ ସମୟରେ ମଧ୍ୟ ସେହି ପରିସଂଖ୍ୟାନ ଅନୁସାରେ ଏପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଦ୍ଧାରଣ ହେଉଛି ତଥା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି।

Post Views: 45
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In