• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ରେମଲ’କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

by Voice of Victims
May 25, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
‘ରେମଲ’କୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଚକ୍ରବାତୀ ତୋଫାନ ‘ରେମଲ’ କାରଣରୁ ଏହାର ପ୍ରଭାବରେ ନ୍ୟୁନତମ କ୍ଷୟକ୍ଷତି ସୁନିଶ୍ଚିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଏବଂ ଏହି ଦିଗରେ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି। ଏହି ସାମୁଦ୍ରିକ ଝଡ଼ବାତ୍ୟା ମଇ ୨୬ ଏବଂ ୨୭ ତାରିଖ ଦିନ ମଧ୍ୟରାତ୍ରି ସୁଦ୍ଧା ପଶ୍ଚିମବଙ୍ଗ ତଟ ନିକଟରେ ଉତ୍ତର/ଉତ୍ତର-ପଶ୍ଚିମବଙ୍ଗ ସମୁଦ୍ରରେ ଭୂଭାଗ ଛୁଇଁବାର ଆଶଙ୍କା କରାଯାଉଛି। ଏହି ଚକ୍ରବାତୀ ତୋଫାନ ଦ୍ୱାରା ଉତ୍ପନ୍ନ ସମ୍ଭାବ୍ୟ ଆକସ୍ମିକ ସ୍ଥିତିର ମୁକାବିଲା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସମନ୍ୱିତ ମୁକାବିଲା ସୁବିଧା ନିମନ୍ତେ ସମ୍ବନ୍ଧୀତ ରାଜ୍ୟ ପ୍ରଶାସନ ଏବଂ ହିତଧାରକମାନଙ୍କ ସହିତ ସମନ୍ୱୟ ରକ୍ଷା ପ୍ରୟାସ କରାଯାଇଛି। ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟପନ୍ଥାକୁ ସୁବିଧାଜନକ କରିବା ନିମନ୍ତେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ସମସ୍ତ ସମ୍ବନ୍ଧିତ ସୂଚନା ହିତଧାରକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି। ଏଥି ନିମନ୍ତେ ହଳଦିଆ ଏବଂ ପାରାଦ୍ୱୀପ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀର ରିମୋଟ ଅପରେଟିଂ ଷ୍ଟେସନ ନିୟମିତ ଏବଂ ବହୁଭାଷୀ ଅତି ଉଚ୍ଚ ଫ୍ରିକ୍ୱେନ୍ସି ମାଧ୍ୟମରେ ଚେତାବନୀ ପ୍ରସାରିତ କରୁଛି ଯାହା ସେହି କ୍ଷେତ୍ରରେ ଆତଯାତ କରୁଥିବା ବ୍ୟାବସାୟିକ ଜାହାଜର ନାବିକମାନଙ୍କୁ ଆବଶ୍ୟକ ଚେତାବନୀ ଓ ପରାମର୍ଶ ପ୍ରଦାନ କରୁଛି। ଏହାତିରିକ୍ତ, ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନଗୁଡ଼ିକ ସମୟାନ୍ତରେ ସହାୟତା ଏବଂ ସମର୍ଥନ ପ୍ରଦାନ କରିବା ନିମନ୍ତେ ଚକ୍ରବାତୀ ତୋଫାନର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଛି। ସାମୁଦ୍ରିକ ଆପଦା ଟିମଗୁଡ଼ିକୁ ହଳଦିଆ, ପାରାଦୀପ, ଗୋପାଳପୁର ଏବଂ ଫ୍ରେଜରଗଞ୍ଜ ସହିତ ରଣନୀତିକ ସ୍ଥାନମାନଙ୍କରେ ମୁତୟନ କରାଯାଇଛି ଯାହା ଉତ୍ପନ୍ନ ଆପାତକାଳୀନ ସ୍ଥିତିରେ ତତ୍କାଳ ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କୁ ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିଛି। ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶ ତଟ ରକ୍ଷକ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚୀତ କରିଛି ଏବଂ ସେମାନଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବା ସହିତ ମତ୍ସ୍ୟଜୀବୀ ତଥା ବ୍ୟାପାରିକ ସାମୁଦ୍ରିକ ଜାହାଜମାନଙ୍କ ଆଲର୍ଟ ପ୍ରସାରିତ କରିବା ନିମନ୍ତେ ପରାମର୍ଶ ଦେଇଛି। ପୋର୍ଟର ଡକମାନଙ୍କରେ ବ୍ୟାବସାୟିକ ଜାହାଜଗୁଡ଼ିକୁ ସତର୍କ କରିଦିଆଯାଇଛି ଏବଂ ବନ୍ଦରରେ ସମ୍ପର୍କୀତ ଅଧିକାରୀମାନଙ୍କୁ ଏ ଦିଗରେ ସମୁଚିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ସକାଶେ ପରାମର୍ଶ ଦିଆଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ ନିଷେଧାଦେଶ ଜାରି କରାଯିବା ସତ୍ତ୍ୱେ, ମତ୍ସ୍ୟଚାଷ ବିଭାଗକୁ ନିଜର ସମ୍ବନ୍ଧିତ କ୍ଷେତ୍ରରେ ଦେଶୀ ଡଙ୍ଗାଗୁଡ଼ିକୁ ପରିବର୍ତ୍ତିତ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚୀତ କରିବା ନିମନ୍ତ୍ରେ ଚେତାବନୀ ପ୍ରଦାନ କରିଛି।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In