• About Us
  • Contact Us
Friday, March 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବାପପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ

by Voice of Victims
July 31, 2024
in ମୁଖ୍ୟ ଖବର, ରାଜ୍ୟ
ବାପପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ

ଭୁବନେଶ୍ୱର: ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ। ପୂର୍ବ ସରକାର ଅମଳରେ ବହୁ ଧନୀ ଲୋକ ବିଜେଡି ନେତାମାନଙ୍କ ଜରିଆରେ ରାସନକାର୍ଡ ହାତେଇଛନ୍ତି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ବିଜେଡି ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ମନ୍ତ୍ରୀ କହିଛନ୍ତି ଯେ, ଏବେ ଆମ ସରକାର ଧନୀ ଲୋକଙ୍କୁ ଚିହ୍ନଟ କରି ରାସନକାର୍ଡରୁ ବାଦ ଦେଉଛନ୍ତି। ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟ ରାସନକାର୍ଡରୁ ବାଦ ଦିଆଯାଉଛି। ଏବେ କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ। କିମ୍ବା ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ।  ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ। ମୃତକଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏବେ ଯେଉଁମାନେ ଆବେଦନ କରିଛନ୍ତି ତାହାର ଯାଞ୍ଚ କରାଯାଇ ରାସନ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଉଛି। କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି, ସେଠାରେ ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Post Views: 47
Share201Tweet126Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ
  • ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
  • କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଆସିଥିଲା କଲ୍
  • ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି
  • ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In