• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

by Voice of Victims
June 21, 2024
in ଦେଶ ବିଦେଶ, ମୁଖ୍ୟ ଖବର
କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ ‘ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ। ଶ୍ରୀ ମୋଦୀ  ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀର ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିବା ସହ ଏହାର ଦୁଇଟି ନିର୍ଦ୍ଦିଷ୍ଟ କାରଣ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଥମତଃ ଆଜିର କାର୍ଯ୍ୟକ୍ରମ ଜାମ୍ମୁ – କାଶ୍ମୀରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଜଡ଼ିତ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ ଜାମ୍ମୁ – କାଶ୍ମୀରବାସୀଙ୍କ ସହ ଏହା ହେଉଛି ପ୍ରଥମ ସାକ୍ଷାତ ବୋଲି ସେ କହିଥିଲେ। ନିକଟରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତିନି ଥର ପାଇଁ କ୍ରମାଗତ ଭାବେ ସମାନ ସରକାର ଗଠନ ହେବାର ପ୍ରଭାବ, ଯାହା  ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସବୁଠାରୁ ବଡ ଶକ୍ତି ହେଉଛି ଭାରତୀୟଙ୍କ ସର୍ବକାଳୀନ ଉଚ୍ଚ ଆକାଂକ୍ଷା। ଏହି ଉଚ୍ଚ ଆକାଂକ୍ଷା ସରକାରଙ୍କ ଭିତରେ ଉଚ୍ଚ ଆଶା ସୃଷ୍ଟି କରିଥାଏ ଏବଂ ଏହି ପରିପ୍ରେକ୍ଷୀରେ ସରକାରଙ୍କ ତୃତୀୟ କ୍ରମାଗତ କାର୍ଯ୍ୟକାଳ ହେଉଛି ବିଶେଷ , କାରଣ ଆକାଂକ୍ଷୀ ସମାଜର ଏକମାତ୍ର ମାନଦଣ୍ଡ ହେଉଛି ପ୍ରଦର୍ଶନ। “ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି ଉପରେ ଲୋକଙ୍କ ବିଶ୍ୱାସ ରହିଛି” ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ଜନମତର ବଡ ବାର୍ତ୍ତା ହେଉଛି ସ୍ଥିରତା। ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଅସ୍ଥିର ସରକାରର ଦୀର୍ଘ ପର୍ଯ୍ୟାୟକୁ ସେ ମନେ ପକାଇଥିଲେ , ଯେତେବେଳେ ଦେଶରେ ୧୦ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ହୋଇଥିଲା ଯାହା ଫଳରେ ବିକାଶ ଠପ୍ ହୋଇଯାଇଥିଲା। “ସେହି ପର୍ଯ୍ୟାୟକୁ ପଛରେ ପକାଇ ଭାରତ ଏବେ ସ୍ଥିର ସରକାରର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି, ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବ” ବୋଲି ସେ ମତ ଦେଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାମ୍ମୁ – କଶ୍ମୀରବାସୀଙ୍କ ଭୂମିକାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମେ ଅଟଳଜୀଙ୍କ ଦୃଷ୍ଟିକୋଣ ଇନସାନିୟତ, ଜାମହୁରିୟାତ ଏବଂ କାଶ୍ମୀରୀୟତ୍  ଆଜି ବାସ୍ତବରେ ପରିଣତ ହେଊଥିବା ଦେଖୁଛୁ” । ନିକଟରେ ହୋଇଥିବା ନିର୍ବାଚନରେ ରେକର୍ଡ ମତଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଜାମ୍ମୁ- କାଶ୍ମୀରବାସୀଙ୍କ ଆସ୍ଥାକୁ ପ୍ରଶଂସା କରିଥିଲେ । “ଗଣତନ୍ତ୍ରର ପତାକାକୁ ଉଚ୍ଚା ରଖିବା ପାଇଁ ଆପଣଙ୍କ ପ୍ରୟାସ ନିମନ୍ତେ ମୁଁ ଧନ୍ୟବାଦ ଜଣାଇବାକୁ ଆସିଛି” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜାମ୍ମୁ – କାଶ୍ମୀରରେ ପରିବର୍ତ୍ତନ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଫଳ । ଏହି ଅଞ୍ଚଳର ମହିଳା ଏବଂ ନିମ୍ନ ଆୟ ବର୍ଗର ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ‘ସବକା ସାଥ ସବକା ବିକାଶ’ର ମନ୍ତ୍ର ଗ୍ରହଣ କରି ସୁଯୋଗ ଆଣିବା ଏବଂ ସେମାନଙ୍କ ଅଧିକାର ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରିଛନ୍ତି। ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ ସମ୍ପ୍ରଦାୟର ଲୋକ ଏବଂ ସଫେଇ କର୍ମଚାରୀ ପରିବାର ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ ଅଧିକାର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା, ଅନୁସୂଚିତ ଜାତି ପାଇଁ ବିଧାନସଭାରେ ଆସନ ସଂରକ୍ଷଣ ଏବଂ ପଦ୍ଦାରୀ ଜନଜାତି, ପାହାଡ଼ିଆ ଜାତି, ଗଡ୍ଡା ବ୍ରାହ୍ମଣ ଓ କୋଲି ସମ୍ପ୍ରଦାୟକୁ ଏସସି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନର ଇଚ୍ଛା ପୂରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପଞ୍ଚାୟତ, ପୌର ପାଳିକା ଓ ନଗର ନିଗମ ନିର୍ବାଚନରେ ଓବିସି ସଂରକ୍ଷଣ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In