• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….

by Voice of Victims
May 12, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ଥାନ ଓ ଆତଙ୍କୀ ସଂଗଠନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆଉ ହାମଲା କଲେ ଦେଖିବ…….

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ବେଳେ ସେ ଉଭୟ ଆତଙ୍କବାଦୀ ସଂଗଠନ ଆଉ ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆତଙ୍କବାଦୀମାନେ କେବେ ଭାରତରେ ହିଂସାକାଣ୍ଡ କରିବେ ତେବେ ସେତେବେଳେ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ଥାନ ସରକାର ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଆଜି ପ୍ରାୟ ବାଇଶି ମିନିଟ ଧରି ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପହଲଗାମରେ ଘଟିଥିବା ଘଟଣା ସବୁଠାରୁ ବର୍ବରତା ବୋଲି ସେ କହିଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି, ସ୍ତ୍ରୀ ପିଲାଙ୍କ ଆଗରେ ଯେପରି ନିରିହ ଲୋକଙ୍କୁ ହତ୍ୟା କଲେ ତାହା ସବୁଠାରୁ ପିଡାଦାୟକ ବୋଲି ମୋଦି କହିଥିଲେ। ଆଉ ଏହାର ଜବାବ କଣ ଥିଲା ତାହା ଆତଙ୍କୀମାନେ ଭଲଭାବେ ବୁଝିସାରିଥିବେ ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି।

ମୋଦି କହିଛନ୍ତି ଯେ, ପାକିସ୍ଥାନ ଆତଙ୍କୀମାନଙ୍କୁ ପାଳିପୋଷି ବଡ କରୁଛି। ବର୍ତ୍ତମାନ ସମୟ ଆସିଛି, ପାକିସ୍ଥାନ ସେମାନଙ୍କୁ ତାଙ୍କ ଦେଶରୁ ସଫା କରୁ, ନଚେତ ଆତଙ୍କୀମାନେ ପାକିସ୍ଥାନକୁ ସଫା କରିଦେବେ। ପାକିସ୍ଥାନ ସବୁବେଳେ ବିଶ୍ବବାସୀଙ୍କୁ ବ୍ଲାକମେଲ କରିଆସୁଛି। ଆତଙ୍କବାଦୀଙ୍କ ସହିତ ସଂପର୍କ ନାହିଁ ବୋଲି କହୁଛି। ହେଲେ ଅପରେସନ ସିନ୍ଦୁରରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କୁ ପାକିସ୍ଥାନ ସରକାର କିପରି ସମ୍ମାନ ଦେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ସେହିପରି ମୋଦି କହିଛନ୍ତି ଯେ, ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ଥାନ ଭୟଭିତ ହୋଇପଡିଛି। ବିଭିନ୍ନ ଦେଶ ପାଖରେ ଯାଇ ଗୁହାରି କରିଛି। ଶେଷରେ ଭାରତର ଡିଜିଏମଓଙ୍କ ସହିତ ପାକିସ୍ଥାନ କଥା ହୋଇ ଅସ୍ତ୍ର ବିରତି ପାଇଁ ଗୁହାରି କରିଲା। ତାହାକୁ ଗ୍ରହଣ କରି ବର୍ତ୍ତମାନ ଭାରତ କେବଳ ଅପେରସନକୁ ସ୍ଥଗିତ ରଖିଛି। ଆଗକୁ ପାକିସ୍ଥାନର ଆଭିମୁଖ୍ୟ ଦେଖିବା ପରେ ପୁଣି ଥରେ ଏହା ବଡ ଆକାରରେ ଆରମ୍ଭ କରାଯିବ ବୋଲି ମୋଦି କହିଛନ୍ତି।

ମୋଦି ତାଙ୍କ ଅଭିଭାଷଣରେ ପାକିସ୍ଥାନକୁ ତିନୋଟି ଚେତାବନୀ ଦେଇଛନ୍ତି। ଯାହା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି। ତାହା ହେଲା

1-ଯଦି ଭାରତ ଉପରେ ପୁଣି ଆତଙ୍କୀ ହାମଲା ହେବ ତେବେ ତାହା ବିରୋଧର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

2-ପାକିସ୍ଥାନ ଆଣବିକ ଶକ୍ତି କୁ ନେଇ ବ୍ଲାକ ମେଲ କରୁଛି, ଭାରତ ତାହା କେବେ ସହିପାରିବ ନାହିଁ କି ସେପରି ବ୍ଲାକ ମେଲକୁ ପ୍ରଶୟ ଦେବ ନାହିଁ।

3-ଯଦି ଭାରତ ଉପରେ ପୁଣି ଆତଙ୍କୀ ହାମଲା ହେବ ତେବେ ଆତଙ୍କୀ ସଂଗଠନ ଓ ପାକିସ୍ଥାନ ସରକାରଙ୍କୁ ଆଉ ଅଲଗା କରି ଦେଖିବୁ ନାହିଁ।

ମୋଦି କହିଛନ୍ତି ଯେ, ଆମେ Terror & Talk ଏକା ସଙ୍ଗରେ କରିପାରିବୁ ନାହିଁ, Terror and Trade ଏକା ସଙ୍ଗରେ କରିପାରିବୁ ନାହିଁ। ପାଣି ଓ ରକ୍ତ କେବେ ଏକାଠି ବହେ ନାହିଁ। ଯଦି ପାକିସ୍ଥାନ ସହିତ ଭାରତ କଥା ହେବ ତେବେ ତାହା କେବଳ ପିଓକେ ଉପରେ କଥା ହେବ। ମୋଦି ତାଙ୍କ ଅଭିଭାଷଣର ପ୍ରଥମରେ ସେ ଦେଶର ସାମରିକ ବାହିନୀକୁ ପ୍ରଶଂସା କରିବା ସହିତ ସାଲୁଟ କରିଥିଲେ। ପୁରା ଭାଷଣରେ ମୋଦି ପାକିସ୍ଥାନକୁ ଏକ ପ୍ରକାରର ଧମକ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In