• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

by Voice of Victims
September 11, 2024
in ଦେଶ ବିଦେଶ, ମୁଖ୍ୟ ଖବର
ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ‘ସେମି’ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡିତ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ। ‘‘ଭାରତରେ ଉପସ୍ଥିତ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଆପଣ ଠିକ୍ ସମୟରେ ସଠିକ୍ ସ୍ଥାନରେ ଅଛନ୍ତି’’, ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି ହ୍ରାସ ପାଏ ନାହିଁ। ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି, ଯେତେବେଳେ ଚିପ୍ସ ହ୍ରାସ ପାଇବ, ଆପଣ ଭାରତ ଉପରେ ଭରସା କରିପାରିବେ।’’ ସେମିକଣ୍ଡକ୍ଟର ଶିଳ୍ପ ଏବଂ ଗୋଟିଏ ପଟକୁ ବିଦ୍ୟୁତ ପ୍ରବାହ କରୁଥିବା ଏକ ଡାୟୋଡ (ବିଦ୍ୟୁତ ପ୍ରବାହୀ ଉପକରଣ) ମଧ୍ୟରେ ରହିଥିବା ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସେମିକଣ୍ଡକ୍ଟର ଶିଳ୍ପରେ ସ୍ୱତନ୍ତ୍ର ଡାୟୋଡ ରହିଛି ଯେଉଁଠାରେ ଶକ୍ତି ଉଭୟ ଦିଗରେ ପ୍ରବାହିତ ହୁଏ। ସେ ଏ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ଯେ ଶିଳ୍ପଗୁଡ଼ିକ ନିବେଶ ମାଧ୍ୟମରେ ମୂଲ୍ୟ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ସରକାର ସ୍ଥିର ନୀତି ଏବଂ ବ୍ୟବସାୟିକ ସୁଗମତା ପ୍ରଦାନ କରନ୍ତି। ସେମିକଣ୍ଡକ୍ଟର ଶିଳ୍ପରେ ବ୍ୟବହୃତ ଏକ ସମନ୍ୱିତ ସର୍କିଟ ସହିତ ସମାନତା ହାସଲ କରି ଭାରତ ଏକ ସମନ୍ୱିତ ଇକୋସିଷ୍ଟମ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଡିଜାଇନରଙ୍କ ବହୁଚର୍ଚ୍ଚିତ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡିଜାଇନିଂ ଦୁନିଆରେ ଭାରତର ଅବଦାନ ୨୦ ପ୍ରତିଶତ ରହିଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ୮୫,୦୦୦ ଟେକ୍ନିସିଆନ୍, ଇଞ୍ଜିନିୟର ଏବଂ ଗବେଷଣା ଓ ବିକାଶ ବିଶେଷଜ୍ଞଙ୍କୁ ନେଇ ଏକ ସେମିକଣ୍ଡକ୍ଟର କାର୍ଯ୍ୟବଳ ସୃଷ୍ଟି କରୁଛି। ଭାରତର ଗବେଷଣା ଇକୋସିଷ୍ଟମକୁ ନୂତନ ଦିଗ ଏବଂ ଶକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ପ୍ରଥମ ବୈଠକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭାରତ ଏହାର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ଶିଳ୍ପକୁ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଉଛି।’’ ଏଥିସହିତ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଗବେଷଣା ପାଣ୍ଠି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ଏଭଳି ପଦକ୍ଷେପ ବିଜ୍ଞାନ କ୍ଷେତ୍ରରେ ସେମିକଣ୍ଡକ୍ଟର ଏବଂ ଉଦ୍ଭାବନର ପରିସରକୁ ନିଶ୍ଚିତ ଭାବେ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେମିକଣ୍ଡକ୍ଟର ଭିତ୍ତିଭୂମି ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ବର୍ତ୍ତମାନର ସଂସ୍କାରବାଦୀ ସରକାର, ଦେଶର ବୃଦ୍ଧି ପାଉଥିବା ଉତ୍ପାଦନ ଭିତ୍ତିଭୂମି ଏବଂ ଦେଶର ଆକାଂକ୍ଷୀ ବଜାରକୁ ନେଇ ଏକ ତ୍ରିମୁଖୀ ଶକ୍ତି ଭାରତ ପାଖରେ ରହିଛି, ଯାହାକି ବୈଷୟିକ ପ୍ରଗତି ବିଷୟରେ ଅବଗତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଥ୍ରୀ-ଡି ଶକ୍ତିର ଏହି ଆଧାର ଅନ୍ୟତ୍ର ମିଳିବା କଷ୍ଟକର।’’ ଭାରତର ଆକାଂକ୍ଷୀ ଏବଂ ପ୍ରଯୁକ୍ତି ଆଧାରିତ ସମାଜର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଚିପ୍ସର ଅର୍ଥ କେବଳ ଟେକ୍ନୋଲୋଜିରେ ସୀମିତ ନୁହେଁ ବରଂ କୋଟି କୋଟି ନାଗରିକଙ୍କ ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ। ଭାରତ ଏଭଳି ଚିପ୍ ର ଏକ ବିଶାଳ ଉପଭୋକ୍ତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହା ଉପରେ ବିଶ୍ୱର ସର୍ବୋତ୍ତମ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଏହି କ୍ଷୁଦ୍ର ଚିପ୍ ଭାରତରେ ଶେଷ ମାଇଲ ସେବା ବିତରଣ ସୁନିଶ୍ଚିତ କରିବା ପାଇଁ ବଡ଼ ବଡ଼ କାର୍ଯ୍ୟ କରୁଛି।’’ କରୋନା ମହାମାରୀ ସଙ୍କଟକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଭାରତରେ ବ୍ୟାଙ୍କଗୁଡ଼ିକ କ୍ରମାଗତ ଭାବେ ପ୍ରଗତି ହାସଲ କରୁଥିଲେ। ଭାରତର ୟୁପିଆଇ ହେଉ, ରୂପେ କାର୍ଡ ହେଉ, ଡିଜି ଲକର ହେଉ କିମ୍ବା ଡିଜି ଯାତ୍ରା, ଏକାଧିକ ଡିଜିଟାଲ ପ୍ଲାଟଫର୍ମ ଭାରତବାସୀଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରୁଛି, ବଡ଼ ଆକାରରେ ସବୁଜ ପରିବର୍ତ୍ତନ କରୁଛି ଏବଂ ଡାଟା ସେଣ୍ଟରର ଚାହିଦା ମଧ୍ୟ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଯେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଚଳାଇବାରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ, ସେମି ର ସଭାପତି ତଥା ସିଇଓ ଅଜିତ ମନୋଚା, ଏନଏକ୍ସପି ସେମିକଣ୍ଡକ୍ଟରର ସିଇଓ ଡକ୍ଟର ରଣଧୀର ଠାକୁର, ରେନେସାସର ସିଇଓ କୁର୍ଟ ସିଭର୍ସ, ହିଦେତୋଶୀ ଶିବାତା ଏବଂ ଆଇଏମ୍ଇସିର ସିଇଓ ଲକ୍ ଭାନ୍ ଡେନ୍ ହୋଭ୍ ଉପସ୍ଥିତ ଥିଲେ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In