• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏକାଠି ରହିବ ସବୁ ମନ୍ତ୍ରଣାଳୟ ଏବଂ ବିଭାଗ

by Voice of Victims
August 6, 2025
in ଦେଶ ବିଦେଶ, ମୁଖ୍ୟ ଖବର
କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏକାଠି ରହିବ ସବୁ ମନ୍ତ୍ରଣାଳୟ ଏବଂ ବିଭାଗ

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ । କର୍ତ୍ତବ୍ୟ ଭବନ ୩ରେ କମନ ସେଣ୍ଟ୍ରାଲ ସେକ୍ରେଟରିଏଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ଉଭୟ ସ୍ବରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରିବ । ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ ।

ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ କର୍ତ୍ତବ୍ୟ ଭବନ । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି ।

କର୍ତ୍ତବ୍ୟ ଭବନରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ, ଡିଓପିଟି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଫିସ ରହିବ । ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି । କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି । ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ଶକ୍ତି ସଂରକ୍ଷଣରେ ସାହାଯ୍ୟ କରିବ ।

ଏଥିରେ ଛାତରେ ଥିବା ସୌର ପ୍ୟାନେଲଗୁଡ଼ିକ ପ୍ରତିବର୍ଷ ୫.୩୪ ଲକ୍ଷ ୟୁନିଟ୍ ରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିରେ ୬୦୦ ଗାଡ଼ି ପାର୍କିଂ କରିବେ । ଏହି ଭବନରେ ୨୪ଟି ମେନ କନଫରେନ୍ସ ରୁମ୍ ଏବଂ ୨୬ ଛୋଟ କନଫରେନ୍ସ ରୁମ ରହିଛି ।

Post Views: 90
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In