• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶ୍ରୀନଗରଠାରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

by Voice of Victims
June 21, 2024
in ମୁଖ୍ୟ ଖବର, ରାଜ୍ୟ
ଶ୍ରୀନଗରଠାରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଓ ସାଧନା ଭୂମି ଜମ୍ମୁ ଓ କଶ୍ମୀରରେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜି ଜମ୍ମୁ ଓ କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ସମସ୍ତ ନାଗରିକ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଜାତିସଂଘରେ ଭାରତର ପ୍ରସ୍ତାବକୁ ରେକର୍ଡ ୧୭୭ ଟି ଦେଶ ସମର୍ଥନ କରିଛନ୍ତି। ୨୦୧୫ରେ କର୍ତ୍ତବ୍ୟ ପଥରେ ଯୋଗ କରୁଥିବା ୩୫,୦୦୦ ଲୋକ ଏବଂ ଗତବର୍ଷ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧୩୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବା ପରେ ହୋଇଥିବା ରେକର୍ଡ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଯୋଗ ସାର୍ଟିଫିକେସନ୍ ବୋର୍ଡ ଦ୍ୱାରା ଭାରତର ୧୦୦ ରୁ ଅଧିକ ଅନୁଷ୍ଠାନ ଏବଂ ୧୦ଟି ପ୍ରମୁଖ ବିଦେଶୀ ଅନୁଷ୍ଠାନକୁ ସ୍ୱୀକୃତି ମିଳିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯୋଗର ଉପଯୋଗିତାକୁ ମଧ୍ୟ ଲୋକମାନେ ସ୍ୱୀକୃତି ଦେଉଛନ୍ତି ବୋଲି ଆଲୋକପାତ କରି ସେ କହିଥିଲେ ଯେ ବିଶ୍ୱର କୌଣସି ନେତା ନାହାନ୍ତି ଯିଏ ତାଙ୍କ ବାର୍ତ୍ତାଳାପ ସମୟରେ ଯୋଗ ବିଷୟରେ ଆଲୋଚନା କରିନାହାନ୍ତି। ‘‘ବିଶ୍ୱର ସମସ୍ତ ନେତା ମୋ ସହିତ କଥାବାର୍ତ୍ତା ସମୟରେ ଯୋଗ ପ୍ରତି ଗଭୀର ଆଗ୍ରହ ପ୍ରକାଶ କରନ୍ତି’’, ସେ କହିଥିଲେ। ଯୋଗ ବିଶ୍ୱର କୋଣ ଅନୁକୋଣରେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସମଗ୍ର ବିଶ୍ୱରେ ଯୋଗର ବଢୁଥିବା ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦୧୫ ରେ ତୁର୍କମେନିସ୍ତାନ ଗସ୍ତ ସମୟରେ ଏକ ଯୋଗ କେନ୍ଦ୍ରର ଉଦଘାଟନ କରିଥିବା କଥା ମନେ ପକାଇଥିଲେ ଏବଂ ଯୋଗ ଆଜି ଦେଶରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ତୁର୍କମେନିସ୍ତାନର ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିଗୁଡ଼ିକ ଯୋଗ ଥେରାପିକୁ ଅନ୍ତର୍ଭୁକ୍ତ କରିଛନ୍ତି, ସାଉଦି ଆରବ ଏହାକୁ ସେମାନଙ୍କ ଶିକ୍ଷା ବ୍ୟବସ୍ଥାର ଏକ ଅଂଶ କରିଛି ଏବଂ ମଙ୍ଗୋଲିଆନ୍ ଯୋଗ ଫାଉଣ୍ଡେସନ୍ ଅନେକ ଯୋଗ ବିଦ୍ୟାଳୟ ଚଳାଉଛି। ୟୁରୋପରେ ଯୋଗର ଗ୍ରହଣୀୟତା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ଜର୍ମାନ ନାଗରିକ ଯୋଗ ଅଧ୍ୟାପକ ହୋଇଛନ୍ତି। ସେ ଆହୁରି ମଧ୍ୟ ସ୍ମରଣ କରିଥିଲେ ଯେ ଜଣେ ୧୦୧ ବର୍ଷୀୟ ଫ୍ରାନ୍ସ ଯୋଗ ଶିକ୍ଷୟିତ୍ରୀ ଥରେ ବି ଭାରତ ଆସି ନଥିଲେ ମଧ୍ୟ ଯୋଗରେ ତାଙ୍କର ଅବଦାନ ପାଇଁ ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଆଜି ଗବେଷଣାର ବିଷୟ ପାଲଟିଛି ଏବଂ ଏକାଧିକ ଗବେଷଣା ନିବନ୍ଧ ପ୍ରକାଶିତ ହୋଇସାରିଛି। ବିଗତ ୧୦ ବର୍ଷ ମଧ୍ୟରେ ଯୋଗର ସମ୍ପ୍ରସାରଣ ହେତୁ ଯୋଗ ବିଷୟରେ ପରିବର୍ତ୍ତିତ ଧାରଣାକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ଏକ ନୂତନ ଯୋଗ ଅର୍ଥନୀତି ବିଷୟରେ କହିଥିଲେ। ଯୋଗ ପର‌୍ୟ୍ୟଟନ ପ୍ରତି ବଢୁଥିବା ଆକର୍ଷଣ ଏବଂ ପ୍ରକୃତ ଯୋଗ ଶିଖିବା ପାଇଁ ଭାରତ ଆସିବାକୁ ଲୋକମାନଙ୍କର ଇଚ୍ଛା ବିଷୟରେ ସେ ଉଲ୍ଲେଖ କରିଥିଲେ।

Post Views: 26
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In